ଶ୍ରୀକାନ୍ତ ସାହୁ ବିଜେଡିର ବରିଷ୍ଠ ପ୍ୟାନେଲ ସଦସ୍ୟ ମନୋନୀତ

ପୋଲସରା / ବୁଗୁଡ଼ା, : ( ଅନିଲ କୁମାର ମହାରଣା )ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିଜୁ ଜନତା ଦଳର ବରିଷ୍ଠ ପ୍ୟାନେଲ କମିଟି ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଶ୍ରୀ ସାହୁ, ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି। ଅପର ପକ୍ଷରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବିଜୁ ଜନତା ଦଳର ସିନିୟର ପେନାଲିଷ୍ଟ ପଦବୀ ଦାୟିତ୍ୱ ମିଳିଥିବା ଯୋଗୁଁ ପୋଲସରା ବ୍ଲକ ଓ ପୌର ପରିଷଦ ଏବଂ ବୁଗୁଡ଼ା ବ୍ଲକ ଓ ଏନଏସି ବିଜେଡି କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଶ୍ରୀ ସାହୁ ବିଜୁ ଜନତା ଦଳର ବରିଷ୍ଠ ପ୍ୟାନେଲ କମିଟି ସଦସ୍ୟ ଭାବେ ମନୋନୀତ ହୋଇଥିବା ଯୋଗୁଁ ଉଭୟ ବ୍ଲକ ଓ ପୌର ସଂସ୍ଥାର ବିଜେଡିର କର୍ମକର୍ତ୍ତାଗଣ ଓ କର୍ମୀ ମାନେ ରାଜ୍ୟ ବିଜୁ ଜନତାଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ସହ ପ୍ରାକ୍ତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ