ଭାରୀଯାନ ପାଇଁ ସୁରୁମୁଳି ଓ ଧାମୁଣିପଙ୍ଗା ରାସ୍ତା ପାଲଟିଛି ମରଣ ଜନ୍ତା
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଧାମୁଣି ପଙ୍ଗା ପଞ୍ଚାୟତର ସୁରୁମୁଳି ଠାରୁ ସଦର ପଂଚାୟତ ପର୍ଯ୍ୟନ୍ତ ଆରଡ଼ି ରାସ୍ତା ଲୋକଙ୍କ ପାଇଁ ପାଲଟି ଯାଇଛି ମରଣ ଜନ୍ତା। ଗତ ବର୍ଷ ନୂତନ କରି ନିର୍ମାଣ ହୋଇଥିବା ୧୦ କିମି ରାସ୍ତା ବର୍ତମାନ ତାର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନି। ପ୍ରାୟ ତିନି କୋଟି ଟଙ୍କାବ୍ୟୟରେ ନିର୍ମିତ ହୋଇଥିବା ରାସ୍ତାରେ ଆବଶ୍ୟକ ଠାରୁ ଅଧିକ ଓଜନର ଭାରି ଯାନ ଯାତାୟତ କରୁଥିବାରୁ ରାସ୍ତା ଅବସ୍ଥା ସାଙ୍ଘାତିକ ହୋଇ ନଷ୍ଟ ହୋଇ ଯାଇଛି।ବିଷମ କଟକ ବିଧାୟକ ଶ୍ରୀ ନୀଳମାଧବ ହିକକା ପ୍ରଶ୍ନର ରାଜସ୍ୱ ମନ୍ତ୍ରୀଙ୍କ ଉତ୍ତର ବିଧାନସଭା ତଥ୍ୟ ଅନୁଯାଇ ୨୩ ଠାରୁ ୨୬ ପର୍ଯ୍ୟନ୍ତ କାହାରିକୁ ପଥର କିମ୍ବା ବାଲି କାହାରିକୁ ପ୍ରଦାନ କରାଯାନଥିବା ବେଳେ ଏହି ପଞ୍ଚାୟତରେ କିଭଳି ଭାବରେ ପଥର କୁକ୍ୱାରୀ ଓ କ୍ରସର ଅନୁମତି ମିଳିଛି ସନ୍ଧେହ ଜନକ ସୃଷ୍ଟି ହୋଇଛି। ଏହି କ୍ରସର ପାଇଁ ହାତୀମୁଣ୍ଡା ଠାରୁ କଲ୍ୟାଣସିଂହପୁର ରାସ୍ତା ଖରାପ ହେବ ବୋଲି ଅଞ୍ଚଳ ବାସି ବନ୍ଦ କରିଦେଇଥିଲେ। ପରେ ସୁରୁମୁଳି ଠାରୁ ଧାମୁଣିପଙ୍ଗା ଦେଇ କଲ୍ୟାଣସିଂହପୁର କୁ ଯାତାୟତ କରୁଥିବାରୁ ରାସ୍ତା ଅତି ଦୟାନିୟ ହୋଇ ପଡିଛି। ବଦସ୍ୟକତା ଠାରୁ ବଡ଼ବଡ଼ ଦଶ ଓ ବାର ଛକିଆ ହାଇବା ମାଧ୍ୟମରେ ରାସ୍ତାର ଚିପ୍ସ ମେଟାଲ ବେଆଇନ ଭାବରେ ପରିବହନ କରୁଥିବାରୁ ତିନି କୋଟିର ରାସ୍ତା ତିନି ବର୍ଷ ଗଲା ନାହିଁ ବୋଲି ପଞ୍ଚାୟତ ବାସି ଅଭିଯୋଗ କରିଛନ୍ତି।ଏହି ରାସ୍ତାରେ ଯାତାୟାତ କରୁଥିବା ମଟର ସାଇକେଲ ଠାରୁ ଆରମ୍ଭକରି ପାଦରେ ଚଳିବ କଷ୍ଟକର ହୋଇ ପଡିଛି। ଠିକାଦାର ମରାମତି ଓ ରକ୍ଷଣବ୍ୟକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ କରୁନଥିବାରୁ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଏଣୁ ଜିଲ୍ଲା ପ୍ରଶାସନ, ଆରଡ଼ି, ଖଣି, ପ୍ରଦୂଷଣ ଓ ରାଜସ୍ୱ ବିଭାଗ ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହୋଇଛି।


