ଗୋଷ୍ଠୀ ସଂଘର୍ଷ ଘଟଣା : ଜଣେ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘବର୍ଷ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନା କୁ କେନ୍ଦ୍ରକରି ୨ ଗୋଷ୍ଠୀ ଯୁବକ ଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। କିଛିଦିନ ହେଲା ଉକ୍ତ ଅଞ୍ଚଳ ରେ ଚାପା ଉତ୍ତେଜନା ଲାଗି ରହିବା ପରେ ସେମାନଙ୍କ ମଧ୍ୟରେ ସୋମବାର ସନ୍ଧ୍ୟା ପ୍ରାୟ ୬ ଟା ରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏନେଇ ଗ୍ରାମର ଏସ.ଚିତ୍ରସେନ ରେଡ୍ଡୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୪୨୫/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଏନେଇ ତଦନ୍ତ ଚଳାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଜରଡ଼ା ଥାନା କୋଳିହଳା ଗ୍ରାମର ରାଜେଶ୍ୱର ବାଡ଼ତ୍ୟା ଓରଫ ରାଜୁ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗ୍ରାମର ତ୍ରିନାଥ ମନ୍ଦିର ପରିସରରେ ଗତ ସୋମବାର ସନ୍ଧ୍ୟାରେ ଜୁଆଖେଳ ଚାଲିଥିବା ବେଳେ ପ୍ରାୟ ୫ ଟି ବାଇକ ରେ ୧୫ ରୁ ଉର୍ଦ୍ଧ୍ବ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଚିତ୍ରସେନ ଏବଂ ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀର ସଦସ୍ୟ ମାନଙ୍କୁ ଧମକ ଦେଇ ଜୁଆଖେଳ ବନ୍ଦ କରିବାକୁ ଧମକ ଦେଇଥିଲେ। ସେମାନେ ଚିତ୍ରସେନ ଓ ତାଙ୍କ ସମର୍ଥକ ଙ୍କ ବେକ ରେ ଖଣ୍ଡା ଓ ଭୁଜାଲି ରଖି ପକେଟ ରୁ ପ୍ରାୟ ୧୨ ଶହ ଟଙ୍କା ଛଡ଼ାଇ ନେଇଥିଲେ। ଏଠି ଜୁଆଖେଳ ହୋଇପାରିବ ନାହିଁ।ସେମାନେ ଚଳାଉଥିବା ଜୁଆଆଡ୍ଡା ହିଁ ଚାଲିବ କହି ମନ୍ଦିର ର ପିତ୍ତଳ ନିର୍ମିତ ଦାନ ହୁଣ୍ଡି କୁ ଜବରଦସ୍ତ ନେଇଯାଇଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପାଟିତୁଣ୍ଡ ଶୁଣି କିଛି ଗ୍ରାମବାସୀ ଘଟଣାସ୍ଥଳ କୁ ଦୌଡ଼ି ଆସିବାରୁ ସେମାନେ ବାଇକ ଯୋଗେ ଚମ୍ପଟ ମାରିଥିଲେ।ଗଲାବେଳେ ଜଣେ ଯୁବକ ତାଙ୍କ ସୁଜକି ସ୍କୁଟି (ନଂ. ଓଡ଼ି୦୭ଏଏଫ୍ -୨୪୧୨) କୁ ତରବରରେ ଛାଡି ପଳାଇଥିଲେ। ଏନେଇ ଏତଲା ହେବାପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୨ ଟି ଖଣ୍ଡା ଓ ସ୍କୁଟି କୁ ଜବତ କରିଥିଲେ। ପରେ ପୋଲିସ ଟିମ୍ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରି ଜଣେ ଅଭିଯୁକ୍ତ ରାଜେଶ୍ୱର ଓରଫ ରାଜୁ ଙ୍କୁ ଗିରଫ କରିଥିଲେ ବୋଲି ଜଣାପଡିଛି।ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଛି।ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ସୂଚନା ଯୋଗ୍ୟ ଏହିକି ଯେ, ଦିଗପହଣ୍ଡି ଥାନା ଅଞ୍ଚଳ ରେ ଏକାଧିକ ଜୁଆଆଡ୍ଡା ଚାଲିଛି। ନଦୀପଠା,ଆମ୍ବ ତୋଟା ଏବଂ ବିଭିନ୍ନ ଗ୍ରାମ ନିକଟ ପାହାଡ଼ ରେ ଚାଲିଥିବା ଜୁଆଆଡ୍ଡା ରେ ଜୁଆଡ଼ିି ମାନେ ପହଞ୍ଚି ଜୁଆ ଖେଳୁଛନ୍ତି। ଜୁଆ ଆଡ୍ଡା ଚାଲୁଥିବା ବିଭିନ୍ନ ରାସ୍ତା ମାନଙ୍କରେ ନିୟୋଜିତ ଖବରୀ ମାନଙ୍କ ଠାରୁ ପୋଲିସ ଚଢାଉ ପୂର୍ବରୁ ଫୋନକଲ୍ ପାଇ ଜୁଆଡି ମାନେ ଚମ୍ପଟ ମାରୁଥିବା ଜଣାପଡ଼ିଛି। କିଛି ନିର୍ଦ୍ଦିଷ୍ଟ ପେଶାଦାର ଅପରାଧୀ ରାଜନୈତିକ ଛତ୍ରଛାୟା ରେ କିଛିଦିନ ହେଲା ଏଠାକାର ଗ୍ରାମାଞ୍ଚଳ ମାନଙ୍କରେ ରୀତିମତ ଜୁଆଆଡ୍ଡା ଚଳାଇଛନ୍ତି।ଗୁପ୍ତ ସୂଚନା ପ୍ରକାରେ ପୋଲିସ ତତ୍କାଳ ଚଢାଉ କରୁଥିଲେ ମଧ୍ୟ ସଫଳତା ପାଉନାହିଁ। ଏହା ପଛରେ ଅନେକ ଲୁକ୍କାୟିତ ରହସ୍ୟ ଲୁଚିଛି। ଦିଗପହଣ୍ଡି ଥାନାର କିଛି ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀ ଙ୍କ ଅଭୟ ଆଶୀର୍ବାଦ ରେ ଜୁଆଆଡ୍ଡା ପରିଚାଳନା କରୁଥିବା ଅପରାଧୀ ଗୋଷ୍ଠୀର ସଦସ୍ୟ ମାନେ ତାଙ୍କ ଇଙ୍ଗିତ ରେ ପ୍ରତିଦିନ ସ୍ଥାନ ବଦଳାଇ ଜୁଆ ଖେଳ ଚଳାଇ ଥିବାସୂଚନା ମିଳିଛି। ଏହି ଜୁଆଆଡ୍ଡା ଗୁଡ଼ିକୁ ପଡୋଶୀ ଆନ୍ଧ୍ର,ତେଲେଙ୍ଗାନା ସମେତ ବ୍ରହ୍ମପୁର, ଚିକିଟି,ପାତ୍ରପୁର,ଆସିକା,ସୋରଡ଼ା,


