କେନ୍ଦ୍ରାପଡା କଲେଜରେ ଛାତ୍ରସଂସଦ ନିର୍ବାଚନ ପାଇଁ ଚୂଡାନ୍ତ ତାଲିକା ପ୍ରକାଶ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ସେହି ଅନୁଯାୟୀ ଛାତ୍ରସଂସଦର ସଭାପତି ପଦ ନିମନ୍ତେ (୧)ଶୁଭମରଞ୍ଜନ ଦାସ, (୨) ହିମାଂଶୁ ନାୟକ, (୩) ସୋମନାଥ ମଲ୍ଲିକ, (୪) ତୁଳସୀ ମଲ୍ଲିକ, (୫) ଶୁଭମ କୁମାର ସେଠୀଙ୍କ ନାମାଙ୍କନପତ୍ର କାଏମ ରହିଥିବା ବେଳେ ଉପସଭାପତି ପାଇଁ (୧)ଆକାଶ ବାରିକ,(୨) ଓମ ପ୍ରକାଶ ଦାସ, (୩) ଚିରଞ୍ଜିତ ଜତିଙ୍କ ନାମାଙ୍କନ କାଏମ ରହିଛି। ସାଧାରଣ ସମ୍ପାଦକ ପଦ ପାଇଁ (୧)ଶୁଭେନ୍ଦୁ ବିକାଶ ମଲ୍ଲିକ, (୨) ଆଲୋକ ସେଠୀ,(୩) ଅଭିଷେକ ସ୍ୱାଇଁ ଓ (୪)ଲକ୍ଷ୍ମୀଧର ସାହୁ,ସହକାରୀ ସାଧାରଣ ସମ୍ପାଦକ ପାଇଁ (୧)ମହମ୍ମଦ ଆୱାସ ଓ (୨) ଅବିନାଶ ନାଥ,ନାଟ୍ୟ ସଂସଦ ସମ୍ପାଦକ ପଦ ପାଇଁ (୧)ଦେବସ୍ମିତା ପି. ସୂତାର,(୨)ସ୍ୱାତୀ ସ୍ୱାଗତିକା ଜେନା ଓ (୩)ସୋମନାଥ ନାୟକ,କ୍ରୀଡା ସଂସଦ ସମ୍ପାଦକ ପଦରେ (୧)ଶୁଭଙ୍କର ସିଂ ଓ (୨)ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକଙ୍କ ନାମାଙ୍କନ କାଏମ ରହିଛି। ଶ୍ରେଣୀ ପ୍ରତିନିଧି ଭାବେ ବର୍ଷାରାଣୀ ସ୍ୱାଇଁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ମହାବିଦ୍ୟାଳୟ ମାଗାଜିନ ଛାତ୍ର ପ୍ରତିନିଧି ଭାବେ ଜିତ ପ୍ରସାଦ ରାଉତ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ସେହିଭଳି କ୍ରୀଡା ସଂସଦ ସହକାରୀ ସମ୍ପାଦକ ଭାବେ ଆଲୋକ ଲେଙ୍କା ଓ ବାଳିକା କମନରୁମ ସମ୍ପାଦକ ଭାବେ ପ୍ରିୟଦର୍ଶିନୀ ମଣ୍ଡୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ପ୍ରଫେସର ଗୈାତ୍ତମ ଦାସ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ଆଜି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାବ୍ୟତିତ ଛାତ୍ରସଂସଦର ଡେ ସ୍କଲାର ଆସୋସିଏସନର ସମ୍ପାଦକ ଓ ସହକାରୀ ସମ୍ପାଦକ, ସୋସିଆଲ ସର୍ଭିସ ଗିଲ୍ଡର ସମ୍ପାଦକ,ସହକାରୀ ସାମ୍ପାଦକ ଓ ଶ୍ରେଣୀ ପ୍ରତିନିଧି, ବାଳକ କମନରୁମର ସମ୍ପାଦକ ଓ ସହକାରୀ ସମ୍ପାଦକ, କ୍ରୀଡା ସଂସଦର ଶ୍ରେଣୀ ପ୍ରତିନିଧି ଓ ବାଳିକା ପ୍ରତିନିଧି, ନାଟ୍ୟ ସଂସଦର ସହକାରୀ ସମ୍ପାଦକ ଓ ଶ୍ରେଣୀ ପ୍ରତିନିଧି, ବାଳିକା କମନରୁମର ସହକାରୀ ସମ୍ପାଦକ ପଦ ନିମନ୍ତେ କୈାଣସି ନାମାଙ୍କନ କରାଯାଇନଥିବା ବିଜ୍ଞପ୍ତିରୁ ଜଣାପଡିଛି। ନାମାଙ୍କନପତ୍ର କାଏମ ରହିଥିବା ସମସ୍ତ ପ୍ରାର୍ଥୀମାନେ ଲିଙ୍ଗଣ୍ଡୋ କମିଶନ ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁପାଳନ କରିବା ସହିତ ଛାତ୍ରସଂସଦ ନିର୍ବାଚନ ଆଚରଣ ବିଧି ପାଳନ କରିବାକୁ କଲେଜ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ