ସମାଜସେବିକାଙ୍କ ଏକାଦଶାହରେ ସ୍ମୁତି ଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି): ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ଼. ସୁଧାଂଶୁ ଶେଖର ନାୟକଙ୍କ ମାତା ତଥା ବନ୍ତ ବ୍ଲକ ଗଭରପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଚାରୁ ଚନ୍ଦ୍ର ନାୟକଙ୍କ ଧର୍ମପତ୍ନୀ ସ୍ବର୍ଗତା ସାବିତ୍ରୀ ନାୟକଙ୍କ ଏକାଦଶାହ ଅବସରରେ ଶନିବାର ଗଭରପୁର ବାସ ଭବନରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ବ ତଥା ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ଜିଲା ବିଜେପି ସଭାପତି ଅକ୍ଷୟ କୁମାର ସାହୁ, ବଦ୍ରୀ ନାରାୟଣ ଧଳ, ବିଜେପି ରାଜ୍ୟ କାଯ୍ୟ କାରିଣୀ ସଦସ୍ୟ ପଞ୍ଚାନନ ରାଉତ, ରାଜ୍ୟ ବିଜେପି ପ୍ରବକ୍ତା ପତଞ୍ଜଳୀ କର ଶର୍ମା, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ଭଦ୍ରକ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ମଳୟ କୁମାର ଜେନା, ସମାଜସେବୀ ତଥା ଭଦ୍ରକ ତ୍ୟାଗ ଭୂମିର ସଭାପତି ଅଜୟ କୁମାର ନାୟକ, ଭଦ୍ରକ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଶଶଧର ଦାଶ, ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ଅଲେଖ ଚନ୍ଦ୍ର ନାୟକ, ହୃଷିକେଶ ମିଶ୍ର, ରବି ନାରାୟଣ ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା,ବରଡ଼େଶ୍ୱର ମଣ୍ଡଳ ସଭାପତି ଇଂ. ପ୍ରମୋଦ କୁମାର ଜେନା, ଅଶୋକ କୁମାର ଖିଲାର, ମାଧବାନନ୍ଦ ଦାସ, ନବ କିଶୋର ଲେଙ୍କା, ଧନେଶ୍ୱର ଖିଲାର, ତ୍ରିଲୋଚନ ପଣ୍ଡା, ଶିକ୍ଷାବିତ ଜଗନ୍ନାଥ ପାତ୍ର, ନାରାୟଣ ଚନ୍ଦ୍ର ସାମଲ,ଅନାଦି ଓଝା, ବନ୍ତ କଲେଜର ଅବସରପ୍ରାପ୍ତ ଅଧ୍ୟାପକ ରାଜ କିଶୋର ଅଚାରୀ, ବନ୍ତ ଆଞ୍ଚଳିକ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଶୁଭେନ୍ଦ୍ର କୁମାର ମିଶ୍ର, ସାମ୍ବାଦିକ ହେମନ୍ତ କୁମାର ସିଂହ, କରୁଣାକର ବାରିକ, ରୀତାରାଣୀ ବେହେରା ପ୍ରମୁଖ ଯୋଗ ଦେଇ ସ୍ବର୍ଗତା ନାୟକଙ୍କ ଅବିସ୍ମରଣୀୟ ସ୍ମୁତି ସମ୍ପର୍କରେ ସ୍ମୁତି ଚାରଣ କରିଥିଲେ। ପ୍ରାରମ୍ଭରେ ବଡ ପୁଅ ତଥା ବିଧାନସଭା ନେତା ଡ଼. ସୁଧାଂଶୁ ଶେଖର ନାୟକ, ପୁଅ ସରେଶ ନାୟକ, ଝିଅ କଳ୍ପନା ନାୟକ, ନାତୁଣୀ ତନିଶା ନାୟକ ପ୍ରମୁଖ ସ୍ମୁତି ଚାରଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୁଅ ରମେଶ ନାୟକ, ଅମରେଶ ନାୟକ, ମହେଶ ନାୟକ,ଝିଅ ମମତା ନାୟକ, ଗାୟତ୍ରୀ ନାୟକ, ରଞ୍ଜିତା ନାୟକଙ୍କ ସମେତ ପରିବାର ବର୍ଗ ସହଯୋଗ କରିଥିଲେ।


