ସଡ଼କ ସୁରକ୍ଷା ସଚେତନତା ଶିବିର

ଧାମନଗର (ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶ କ୍ରମେ ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ସୁଭେନ୍ଦୁ ରଞ୍ଜନ ରାୟଙ୍କ ତତ୍ତ୍ୱାବଧାନରେ ମହିଳା ସ୍କୁଟି ଚାଳକଙ୍କୁ ମାଗଣା ହେଲମେଟ ବଣ୍ଟନ କରାଯାଇଛି। ଏହି ଅବସରରେ ଧାମନଗର ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧନ୍ତୁ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ। ତେବେ ସରକାରଙ୍କ ‘ସେବା ହିଁ ସଂକଳ୍ପ’ ଅଭିଯାନ ଆରମ୍ଭ ହୋଇଥିବା ବେଳେ ସଡ଼କ ଦୁର୍ଘଟଣା ରୋକିବା ସହ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା କରାଯାଇଥିଲା। ଏହି ଅବସରରେ ପରିବହନ ବିଭାଗ ପକ୍ଷରୁ ମହିଳା ସ୍କୁଟି ଚାଳକମାନଙ୍କୁ ମାଗଣାରେ ହେଲମେଟ ବଣ୍ଟନ କରାଯିବା ସହ ସଡ଼କ ସୁରକ୍ଷା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଟ୍ରାଫିକ୍ ନିୟମ ପାଳନ କରନ୍ତୁ ଏବଂ ସତର୍କତାର ସହ ଗାଡ଼ି ଚଳାନ୍ତୁ।ରାସ୍ତାରେ କୌଣସି ଦୁର୍ଘଟଣା ଘଟିଥିବା ଦେଖିଲେ ଏବଂ କେହି ଆହତ ହୋଇ ରାସ୍ତାରେ ପଡ଼ିଥିଲେ ତୁରନ୍ତ ୧୧୨ ନମ୍ବରକୁ ଫୋନ୍ କରି ପୋଲିସର ସହାୟତା ନିଅନ୍ତୁ ଏବଂ ୧୦୮ ନମ୍ବରକୁ ଫୋନ୍ କରି ଆମ୍ବୁଲାନ୍ସ ଡାକନ୍ତୁ।ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଆମ ସମସ୍ତଙ୍କ ମାନବିକ କର୍ତ୍ତବ୍ୟ।ଆପଣଙ୍କ ସାମାନ୍ୟ ସତର୍କତା ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ତେଣୁ ଗାଡ଼ି ଚଳାଇବା ସମୟରେ ନିଜର ସୁରକ୍ଷା ସହ ରାସ୍ତାରେ ଯାତାୟାତ କରୁଥିବା ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ଦାୟିତ୍ୱବାନ ରହିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ଯାତ୍ରା ସମୟରେ ନିୟମିତ ହେଲମେଟ ପିନ୍ଧିବା, ଗାଡ଼ି ଚଳାଇବାବେଳେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା, ନିର୍ଦ୍ଧାରିତ ବେଗରେ ଯାତାୟାତ କରିବା ଏବଂ ଟ୍ରାଫିକ୍ ସଙ୍କେତକୁ ମାନିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମହିଳା ସ୍କୁଟି ଚାଳକମାନଙ୍କୁ ହେଲମେଟ ବଣ୍ଟନ କରିବା ମାଧ୍ୟମରେ ସୁରକ୍ଷିତ ଯାତାୟାତ ପ୍ରତି ଆଗ୍ରହ ବଢ଼ାଇବା ସହ ସେମାନଙ୍କୁ ସଡ଼କ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା। ଏହି ଶିବିରରେ ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ଜୁନିୟର ଏମ୍‌ଭିଆଇ ପ୍ରିୟଙ୍କା ପ୍ରିୟଦର୍ଶନୀ ପ୍ରଧାନ,ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ,ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ,ବିଡିଓ ବନବିହାରୀ ଦିନ୍ଦା,ଏସ୍‌ଡିପିଓ ବିଷ୍ଣୁଚରଣ ବାରିକ ଓ ଧାମନଗର ଆଇଆଇସି ଶୁଭ୍ରଜିତ ଦାଶ,ବିଜେପି ନେତା ଅଶୋକ ପୁହାଣ,ଅରବିନ୍ଦ ପତି,କୈଳାଶ ମହାପାତ୍ର,ସରୋଜ ମହାପାତ୍ର,ଆଇନଜୀବୀ ରଞ୍ଜିତ ମହାନ୍ତି ଓ ବିଜୟ କୁମାର ରାମ,ଗୋଲାମ ଜିଲାନି ହବିବି,କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ। ସଡ଼କ ସୁରକ୍ଷା କେବଳ ପରିବହନ ବିଭାଗର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ତେଣୁ ନିୟମ ପାଳନ ଓ ସଚେତନତା ମାଧ୍ୟମରେ ଦୁର୍ଘଟଣା ହ୍ରାସ କରିବାକୁ ଶପଥ ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ