ଆମ ପୋଲିସ ସମିତି ବୈଠକ

ନାଉଗାଁ (ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ହାଇସ୍କୁଲ ର ଆଲୁମିନି ସଭାଗୃହରେ ଶନିବାର ନାଉଗାଁ ପୋଲିସ ପ୍ରଶାସନ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଓ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ନାଉଗାଁ ଥାନାଧିକାରୀ ଦେବାଶିଷ ପଣ୍ଡା ଙ୍କ ସଭାପତିତ୍ୱରେ ପୋଲିସ ଓ ଜନ ସାଧାରଣ ଙ୍କ ମଧ୍ୟରେ ସୁସଂପର୍କ ରହିଲେ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଥାନାଧିକାରୀ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ସେହିପରି ବିଭିନ୍ନ ସମୟରେ ସାଇବର ଠକ୍ ମାନେ କିପରି ଜନ ସାଧାରଣଙ୍କୁ ଲୁଟୁଛନ୍ତି ସମସ୍ତ ଜନସାଧାରଣ ସେ ବିଷୟରେ ଅବଗତ ହେବା ଜରୁରୀ । କୌଣସି ବ୍ୟକ୍ତିଙ୍କ ନିକଟରୁ ଅଜଣା କଲ,ମ୍ୟାସେଜ କିମ୍ବା ଠକେଇର ଶିକାର ହେଲେ ସଙ୍ଗେ ସଙ୍ଗେ ପୋଲିସର ସହାୟତା ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ଆଲୁମିନି ର ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର ନାଉଗାଁ ର ବିଭିନ୍ନ ସ୍ଥାନରେ ବ୍ୟାପକ ନିଶା କାରବାର ସହିତ ଯୁବପିଢ଼ି କିପରି ନିଶା ସେବନ କରି ପଥଭ୍ରଷ୍ଟ ହେଉଛନ୍ତି ସେ ସମ୍ପର୍କରେ  ଆଲୋକପାତ କରିଥିଲେ | ଆଲୁମିନି ର ସଭାପତି ପ୍ରକାଶ ରାୟ ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ ଚୋରି , ଡକାୟତି, ରାହାଜାନି ଭଳି ଅସାମାଜିକ କାର୍ଯ୍ୟ କୁ ରୋକିବା ପାଇଁ ହେଲେ ପୋଲିସ ଓ ଜନତା ଉଭୟଙ୍କ ସହଯୋଗ ରୋକିବା ସମ୍ଭବ ହୋଇ ପାରିବ ବୋଲି ମତ ରଖିଥିଲେ | ଶିକ୍ଷବିତ ଗିରିଧାରୀ ମହାନ୍ତି ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ସାମାଜିକ କର୍ମୀ ପ୍ରଶାନ୍ତ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ | ଏଥିରେ ଆମ ପୋଲିସ ର ସଦସ୍ୟ ବସନ୍ତ କୁମାର ମହାନ୍ତି , ପୂର୍ବତନ ସରପଞ୍ଚ ନବକିଶୋର ମହାନ୍ତି , ସୁଶାନ୍ତ ମଲ୍ଲିକ,ଲଲାଟେନ୍ଦୁ ପରିଡା , ଇଂ ଅକ୍ଷୟ ସାହାଣୀ , ଆଇନଜୀବୀ ପ୍ରମୋଦ ସ୍ୱାମୀ , ପୂର୍ବତନ ଶିକ୍ଷକ ଉଲ୍ଲାସ ଚନ୍ଦ୍ର ରାୟ , ସୌମ୍ୟ ରଞ୍ଜନ ମହାନ୍ତି , ଶିକ୍ଷବିତ ବଂଶୀଧର ବେହେରା , ସୁବୋଧ ରାୟ, ଭ୍ରମରବର ଗୋଛାୟତ , ମୁରଲୀଧର କାଣ୍ଡି , ସିଧେଶ୍ୱର ବାରିକ , ରମେଶ ଚନ୍ଦ୍ର ରାୟ, ଦିଲ୍ଲୀପ କୁମାର ମହାନ୍ତି , ସୁବୋଧ ରାୟ , ପ୍ରଦ୍ୟୁମ୍ନ କୁମାର ମାଝୀ , ସୁଦର୍ଶନ କାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ | ଏହି ପରି ପ୍ରତି ପଂଚାୟତରେ ଆମ ପୋଲିସ ସମିତି  ବୈଠକ ସହିତ ବୃକ୍ଷ ରୋପଣ , ପରିବେଶ ସୁରକ୍ଷା, ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କାର୍ଯ୍ୟକ୍ରମ ମାନ ହାତକୁ ନିଆ ଯିବାର ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ