ସମାଜସେବୀ ଶୈଳେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ପ୍ରତିଭା ପୂଜା ସାଂସଦ ଆନୁକୂଲ୍ୟରେ ଖଡିଅଙ୍ଗସ୍ଥିତ ବାମପନ୍ଥୀ କାର୍ଯ୍ୟାଳୟ ସଭାଗୃହରେ ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଜଣେ ଜଣାଶୁଣା ସମାଜସେବୀ ଶୈଳେନ୍ଦ୍ର କୁମାର ମହାନ୍ତିଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷାବିତ୍ ବିଧାନ ଚନ୍ଦ୍ର ସାମଲ, ରମଣୀରଞ୍ଜନ ରାଉତରାୟ, ଧିରେନ କୁମାର ସାହୁ, ଅବନ୍ତୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ତ୍ୟାଗପୂତ ଜୀବନ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ଚୈତନ୍ୟ ଚରଣ ପରିଡା, ଡ. ବଳରାମ ଲେଙ୍କା, ଜଗତଜୀବନ ଦାଶ, ଶୈଳବାଳା ସାମଲ, ଆଶୁତୋଷ ମହାନ୍ତି, ଦେବେନ୍ଦ୍ର କୁମାର ଦାସ(ମଣ୍ଟୁ), ନିଳମଣୀ ଜେନା, ଶୁଭାଂଶୁ ଦାସ, ଶରତ ରାଉତ, ମୁକ୍ତାର ଖାଁ, ତପନ ଦାଶ, ସୀତାକାନ୍ତ ନାୟକ, ପ୍ରକାଶ ସାମଲ, ଗୋଲଖ ପଢିଆରୀ, ବଳରାମ ଦାସ, ରଣଧୀର ଜେନା ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରଥମେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଆସନ୍ତା ବର୍ଷ ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମରଣୀକା ପ୍ରକାଶ ପାଇବ ବୋଲି ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ