ସଡକ ସୁରକ୍ଷା ସଚେତନତା ଅଭିଯାନ

ଆସିକା (ୱାଇଏନ୍‍ଏସ୍‍): ସେବା ସଂକଳ୍ପ ଅଭିଯାନ ପାଳନ ଅବସରରେ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ଏବଂ ଆସିକା ଥାନା ପକ୍ଷରୁ ଏକ ସଡକ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥର କାଳଷଣ୍ଢପୁର-ପାଟଳିଗୁଡା ମୁଖ୍ୟରାସ୍ତାରେ ଅନୁଷ୍ଠିତ ହୋଇଥିବା ଏହି ସଡକ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ କନିଷ୍ଠ ମୋଟରଯାନ ନୀରିକ୍ଷକ ସୁବାଶିଷ୍‍ ମହାରଣା, ସହକାରୀ ଟ୍ରାଫିକ୍‍ ଉପପରିଦର୍ଶକ ଏସ୍‍କେ ଅନ୍‍ସୁଦ୍ଦିନ୍‍, କନିଷ୍ଠ କିରାଣୀ ଅମିତ୍‍ କୁମାର ମହାନ୍ତି, ଆସିକା ଥାନାର ଏଏସ୍‍ଆଇ ପଞ୍ଚାନନ ପ୍ରଧାନ ଏବଂ କାଳୀଚରଣ ପାଢୀ, କନେଷ୍ଟେବଲ୍‍ ନାରାୟଣ ପୋଲାଇ, ଆସିକା ଘରୋଇ ବସ୍‍ ମାଲିକ ସଂଘର ବସଷ୍ଟାଣ୍ଡ ସଂପାଦକ ସନ୍ତୋଷ କୁମାର ପୋଲାଇ ପ୍ରମୁଖ ଯୋଗଦେଇ ଦୁଇ ଚକିଆ ଗାଡି ଚଲାଇବା ସମୟରେ ସଦାସର୍ବଦା ହେଲମେଟ ପରିଧାନ କରିବା ସହ ଟ୍ରାଫିକ ନିୟମକୁ ମାନି ଗାଡି ଚଳାଇବା, ମୁଣ୍ଡରେ ହେଲମେଟ୍‍ ପରିଧାନ କରିବା ପରେ ତାହାର ବେଲ୍ଟକୁ ବେକରେ ଠିକ୍‍ ଭାବେ ଲକ୍‍ କରିବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ନ ହେବା, ଦୃତ ଗତିରେ ଗାଡି ନ ଚଳାଇବା, ଚାରିଚକିଆ ଯାନରେ ଯାତ୍ରା ସମୟରେ ସିଟ୍ ବେଲ୍ଟ ପରିଧାନ କରିବା, ଓଭରଟେକ ନ କରିବା, ନାବାଳକମାନଙ୍କ ଗାଡିଚାଳନା ଉପରେ ଅଭିଭାବକମାନେ ଯତ୍ନବାନ୍‍ ହେବା, ଦୁଇଚକିଆ ଯାନରେ ତିନି ଜଣ ନବସିବା ସମେତ ସଡକ ସୁରକ୍ଷାର ବିଭିନ୍ନ ନିୟମାବଳୀ ଉପରେ ଜନସାଧାରଣଙ୍କୁ ସଚେତନତା କରିଥିବା ଦେଖିବାକୁ ମିଳିଥିଲା। ସଡକ ସୁରକ୍ଷା ନିୟମ ପାଳନ କରିବା ଓ ସଡକ ଦୁର୍ଘଟଣାରୁ ଦୂରେଇ ରହିବାର ବାର୍ତ୍ତା ନେଇ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ଏବଂ ଆସିକା ଥାନା ପକ୍ଷରୁ ଅନୁଷ୍ଠିତ ସଡକ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅବସରରେ ହେଲମେଟ୍‍ ପିନ୍ଧି ବାଇକ୍‍ ଚଳାଉଥିବା ଚାଳକମାନଙ୍କୁ ସମ୍ମାନର ସହ ଗୋଲାପ ଫୁଲ ପ୍ରଦାନ କରି ପ୍ରୋତ୍ସାହିତ କରିବା ସହ ସେମାନଙ୍କ ନିରାପଦ ଯାତ୍ରା କାମନା କରିବା ସାଙ୍ଗକୁ ବିନା ହେଲ୍‍ମେଟ୍‍ରେ ବାଇକ୍‍ ଚଳାଉଥିବା ଚାଳକମାନଙ୍କୁ ହେଲ୍‍ମେଟ୍‍ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ସଡକ ସୁରକ୍ଷା ସଂପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଆସିକା ଥାନା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପ୍ରୟାସକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଏବଂ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ