ପୂଜାର୍ଚ୍ଚନା ଓ ମନ୍ତ୍ରୋଧ୍ୱନିରେ ମୁଖରିତ ଆସିକାର ମହିମାମୟୀ ମା ଦଣ୍ଡକାଳୀଙ୍କ ପୀଠ
ଆସିକା (ୱାଇଏନ୍ଏସ୍): ଆସିକା ପୌର ପରିଷଦ ଅଧିନସ୍ଥ ୮ ନମ୍ବର ୱାର୍ଡର ସୁନାମ୍ବ ସାହି ଛକ ଠାରୁ କିଛି ମିଟର ଦୂରରେ ଋଷିକୁଲ୍ୟା ନଦୀ ନିକଟରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ମା ଦଣ୍ଡକାଳୀଙ୍କ ପୀଠରେ ନବରାତ୍ରୀ ପୂଜା ପୂର୍ବବର୍ଷଭଳି ଚଳିତବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଥିବା ଲକ୍ଷ୍ୟ କରାଯାଇଛି । ଶାରଦୀୟ ନବରାତ୍ରୀ ପୂଜା ପାଳନ ଅବସରରେ ଅଧୀଷ୍ଠାତ୍ରୀ ଦେବୀ ମା ଦଣ୍ଡକାଳୀଙ୍କ ପୀଠ ପୂଜାର୍ଚ୍ଚନା ଓ ମନ୍ତ୍ରୋଧ୍ୱନିରେ ମୁଖରିତ ହୋଇପଡୁଥିବା ଦେଖିବାକୁ ମିଳୁଛି । ନବରାତ୍ରୀ ପୂଜାର ପଞ୍ଚମ ଦିବସରେ ଅଧୀଷ୍ଠାତ୍ରୀ ଦେବୀ ମା ଦଣ୍ଡକାଳୀଙ୍କୁ ସ୍କନ୍ଧମାତା ରୂପରେ ପୂଜାର୍ଚ୍ଚନା କରାଯାଇଥିଲା ବେଳେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆସିକା ଘରୋଇ ବସମାଲିକ ସଂଘର ବସଷ୍ଟାଣ୍ଡ ସଂପାଦକ ତଥା ପୌର ପରିଷଦ ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ସନ୍ତୋଷ କୁମାର ପୋଲାଇ ଏବଂ ତାଙ୍କ ସହଧର୍ମିଣୀ ସ୍ୱାଧିନୀ ପୋଲାଇ କର୍ତ୍ତା ରୂପେ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା । ଶାରଦୀୟ ନବରାତ୍ରୀ ପୂଜାର ପଞ୍ଚମ ଦିବସରେ କଲ୍ୟାଣମୟୀ ରକ୍ଷାକର୍ତ୍ତୀ ମା ଦଣ୍ଡକାଳୀ ସ୍କନ୍ଧମାତା ରୂପରେ ପୂଜା କରାଯାଇଥିଲା । ବର୍ଷତମାମ କରୁଣାମୟୀ ମା ଦଣ୍ଡକାଳୀଙ୍କ ମନ୍ଦିରରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଏହି ନବରାତ୍ର ସମୟରେ ମା ଦଣ୍ଡକାଳୀଙ୍କୁ ଦର୍ଶନକଲେ ଅଧିକ ପୂଣ୍ୟ ମିଳେ ବୋଲି ଲୋକକଥା ପ୍ରଚଳିତ ରହିଥିବାରୁ ଏହି ଶକ୍ତିପୀଠରେ ଦିନ ତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି । ଘଣ୍ଟ ଧ୍ୱନି, ହୁଳହୁଳି ଶବ୍ଦରେ ମା ଦଣ୍ଡକାଳୀଙ୍କ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ମା’ ଦଣ୍ଡକାଳୀଙ୍କ ପୀଠରେ ଚାଲିଥିବା ନବରାତ୍ର ପୂଜାକୁ ସୁପରିଚାଳନା କରିବା ଦିଗରେ ମନ୍ଦିର ପରିଚାଳନା କମିଟି ସଭାପତି ନିରଞ୍ଜନ ପୋଲାଇ, ଆଧ୍ୟାତ୍ମିକପ୍ରେମୀ ତଥା ମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଭାକର ବେହେରା, କାହ୍ନୁଚରଣ ବେହେରା, ଯୋଗୀ ପରିଡା, ତୋଫାନ ଦାଶ, ରାଜେଶ୍ ରେଡି, ଦଣ୍ଡପାଣି ରେଡି, ବିଷ୍ଣୁପ୍ରସାଦ ମୁନି, ତ୍ରିନାଥ ମହାନ୍ତି, ଦିଲୀପ କୁମାର ସ୍ୱାଇଁ, ସିକନ୍ ରେଡି, ଚୋରୀ ପରିଡା, ଶ୍ରୀକାନ୍ତ ରେଡି, ନରେଶ ଚନ୍ଦ୍ର ବିଷୋୟୀ, ବୁଲୁ ପରିଡା, ବାପୁନି ସାହୁ, ହରି ରେଡି, ଭଗବାନ ସ୍ୱାଇଁ ପ୍ରମୁଖ ସହଯୋଗ କରୁଥିବା ବେଳେ ଆସିକା ଅଞ୍ଚଳର ଅଭିଜ୍ଞ ବିଦ୍ୱାନ ପଣ୍ଡିତ ରତ୍ନାକର ଦାଶଙ୍କ ପରାମର୍ଶକ୍ରମେ ସୀତାରାମ ଦାଶ, ବାଳକୃଷ୍ଣ ଦାଶ, ହିମାଂଶୁ ଶେଖର ସାମନ୍ତରା ପ୍ରମୁଖ ପୂଜାର୍ଚ୍ଚନା ଚଣ୍ଡୀପାଠ କରୁଥିବା ବେଳେ ମନ୍ଦିର ପୂଜକ ଭଗବାନ ପଣ୍ଡା ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ମା’ ଦଣ୍ଡକାଳୀଙ୍କ ପୀଠରେ ନବରାତ୍ରୀ ପୂଜା ଅବସରରେ ଗୁରବାର ପାରମ୍ପରିକ ରୀତନୀତି ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚଣ୍ଡିପାଠ ଓ ହୋମ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିିଳିଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ଶ୍ରଦ୍ଧାଳୁ ଭକ୍ତ କଲ୍ୟଣ ମୟୀ ମା ଦଣ୍ଡକାଳୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖସମୃଦ୍ଧି କାମନା କରିଥିବା ପରିଲକ୍ଷିତ ହୋଇଥିଲା ।


