ରାଇରଙ୍ଗପୁର ବିଧାୟକଙ୍କ ଦ୍ୱାରା ପ୍ରଧାନ ଶିକ୍ଷକମାନଙ୍କୁ ନେଇ ବୈଠକ
ରାଇରଙ୍ଗପୁର,(ୱାଇଏନଏସ): ବାମନଘାଟୀ ଉପଖଣ୍ଡର ତିରିଂ ଓ ବହଳଦା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ ସିଆରସିସି ମାନଙ୍କୁ ନେଇ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଦ୍ୱାରା ଯଦୁନାଥପୁର ସିମାନ୍ତ ଉଚ୍ଚ ବିଦ୍ୟାଳୟ ତିରିଂ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛିI ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠି ଉପସ୍ଥିତ ରହି ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ କିଛି ସମସ୍ୟାର ସମାଧାନ ତ୍ୱରିତ ପଦକ୍ଷେପ ନେଇଥିଲେI ତିରିଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ରିଷିପ୍ରଭା ମହାନ୍ତ ଉପସ୍ଥିତ ରହି ବିଭିନ୍ନ ବିଦ୍ୟାଳୟର ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ବିଶେଷକରି ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଚଳିତ ବର୍ଷ ଦଶମ ପରୀକ୍ଷାରେ ଯେପରି ଭଲ ନମ୍ୱର ରଖିବେ, ଅଧାରୁ ପାଠ ଛାଡୁଥିବା ପିଲାଙ୍କ ପାଇଁ ପଦକ୍ଷେପ, ହଷ୍ଟେଲର ଛାତ୍ର ଛାତ୍ରୀମାନଙ୍କର ସୁରକ୍ଷା, ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିବା ପାଇଁ ଏକ ସ୍ୱତନ୍ତ୍ର ଶିକ୍ଷକ ପ୍ରଶିକ୍ଷଣ ଦଳ ଗଠନ କରିବା ପ୍ରତି ବିଧାୟକ ନାୟକ ପ୍ରଧାନଶିକ୍ଷକ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ, ଏଥି ସହିତ ନାରଣପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସମସ୍ୟା, ତିରିଂ ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ ସମସ୍ୟା, ବଡ଼ଭୁଣ୍ଡୁ ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷକ ସମସ୍ୟା, ବଡ଼ ଡାଳିମା ଉଚ୍ଚ ବିଦ୍ୟାଳୟର ଏକାଦଶ ଶ୍ରେଣୀ ଗୃହର ବ୍ୟବସ୍ଥା, ମାଘୁଆ ୟୁଜି ହାଇସ୍କୁଲର ହିନ୍ଦି ଶିକ୍ଷକ, ସୀମନ୍ତ ଉଚ୍ଚ ବିଦ୍ୟାଳୟର କନଫରେନ୍ସ ହଲର ଆବଶ୍ୟକୀୟ ସୁବିଧା ଯୋଗାଇବା ଭଳି ଅନେକ ବିଦ୍ୟାଳୟର ସମସ୍ୟା ବିଷୟରେ ପ୍ରଧାନ ଶିକ୍ଷକ ମାନେ ଉପସ୍ଥାପନା କରିଥିଲେ, ଯାହାକି ବିଧାୟକ ନାଏକ ଏଥିପ୍ରତି ଦୃଷ୍ଟି ଦେବା ସହିତ ତ୍ୱରିତ ସମାଧାନ ଡିଇଓଙ୍କ ଦ୍ୱାରା କିଛି ସମାଧାନ କରିଥିଲେIଏହି ବୈଠକରେ ଜିଲ୍ଲା ଜୁନିୟର ରେଡ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି,ତିରିଂ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ବେହେରା, ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ରାଧାକାନ୍ତ ମହାରଣା,ପ୍ରଭାସ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ, ଏଥି ସହିତ ଦୁଇଟି ବ୍ଲକର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରତିନିଧି ଓ ସିଆରସିସିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।


