ମା’ ରାମାୟଣାମ୍ମା ଠାକୁରାଣୀ ମନ୍ଦିରରେ ନାଚିଲେ କୁନି କୁନି ନୃତ୍ୟଶିଳ୍ପୀ

ଛତ୍ରପୁର, (ଓ୍ବାଇଏନଏସ): ଶାରଦୀୟ ନବରାତ୍ର ପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଛତ୍ରପୁର ସହର। ସହରର ବିଭିନ୍ନ ପୂଜାମଣ୍ଡପ ଆଲୋକମାଳାରେ ଝଲସି ଉଠିଥିବା ବେଳେ ମା’ଙ୍କ ମେଢ଼ ଓ ପୂଜାମଣ୍ଡପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ଧୁମ୍‌ଧାମରେ ପାଳିତ ହୋଇଛି। ପଣ୍ଡିତ ସରୋଜ କୁମାର ଶତପଥୀଙ୍କ ପୌରୋହିତ୍ୟରେ ରୀତିନୀତି ଅନୁଯାୟୀ ବିଭିନ୍ନ ପୂଜାକର୍ମ ସମ୍ପନ୍ନ ହୋଇଥିଲା।
ରବିବାର ସନ୍ଧ୍ୟାରେ ମନ୍ଦିର ସମ୍ମୁଖରେ ଅନ୍ତର୍ଜାତୀୟ ନୃତ୍ୟଗୁରୁ ଅଳକା ସାହୁଙ୍କ ନିର୍ଦ୍ଦେଶନାରେ କୁନି କୁନି ନୃତ୍ୟଶିଳ୍ପୀମାନେ ମନମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ। କୁନି କଳାକାରଙ୍କ ନୃତ୍ୟରେ ମନ୍ଦିର ପରିସର ଉତ୍ସବମୁଖର ହୋଇଉଠିଥିଲା। ନୃତ୍ୟ ପରିବେଷଣକୁ ଉପସ୍ଥିତ ଭକ୍ତ ଓ ଦର୍ଶକମାନେ ଉପଭୋଗ କରିବା ସହ କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ଗଞ୍ଜାମ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ମହାରଣା ଓ ଛତ୍ରପୁର ପ୍ରେସ୍‌ କ୍ଲବ୍‌ର ସଭାପତି ସରୋଜ ସାମଲ ଯୋଗଦେଇ କୁନି ନୃତ୍ୟଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ମା’ ରାମାୟଣାମ୍ମା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ବି. ଶ୍ରୀନିବାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଉପସଭାପତି ଏମ୍. ସମରେନ୍ଦ୍ର ସେନାପତି, କୋଷାଧ୍ୟକ୍ଷ ଏନ୍. ପ୍ରଭାକର ରାଓ, କେ. ରାମବାବୁ, ରାଜୁ ରେଡ୍ଡୀ, ଲିଙ୍ଗରାଜ ରେଡ୍ଡୀ, ଏସ୍. ଶ୍ରୀନିବାସ, କେ. କଲ୍ୟାଣ କୁମାରଙ୍କ ସମେତ ମହିଳା ମଣ୍ଡଳୀର ସଦସ୍ୟାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ନୃତ୍ୟଗୁରୁ ଅଳକା ସାହୁ, କୁନି କଳାକାର ଓ ସାମ୍ବାଦିକମାନଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ