ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଗୌଡ଼ସାହିସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପଡିଆ ଠାରେ ବିଜୟା ଦଶମୀ ଅବସରରେ ବଣିକ ସଙ୍ଘ ଆନୁକୂଲ୍ୟରେ ରାବଣପୋଡି ଉତ୍ସବ ମହାଆଡମ୍ବରର ସହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅସତ୍ୟ ଉପରେ ସତ୍ୟର ଓ ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ ଆସୁରିକ ଚରିତ୍ର ମହାବଳି ରାବଣର ଦହନ ପାଇଁ ୫୦ ଫୁଟର ଏକ ବିଶାଳ ରାବଣର ପ୍ରତୀକ ତିଆରୀ କରାଯାଇଥିଲା। ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ ଓ ହନୁମାନ ବେଶରେ ଭୂଷିତ କଳାକାର ମାନଙ୍କୁ ନେଇ କମିଟି ତରଫରୁ ଏକ ବିଶାଳ ଶୋଭାଯାତ୍ରା କରି ସହର ପରିକ୍ରମା କରି ପଡିଆକୁ ଆଣିଥିଲେ। ସେଠାରେ ବିଭିନ୍ନ ରଙ୍ଗୀନ ଆଲୋକ ସହ ଆତିଷବାଜ କରିବା ପରେ ପ୍ରଭୁ ଶ୍ରୀରାମ ଧନୁରେ ଅଗ୍ନି ସଂଯୋଗ କରି ଦହନ କରିଥିଲେ। ପରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ କମିଟି ତରଫରୁ ବରଗଡ଼ର ପ୍ରସିଦ୍ଧ ଦିଲୱାଲେ ମେଲୋଡିର ଆୟୋଜନ କରାଯାଇଥିଲା। ଉକ୍ତ ରାବଣପୋଡି ଉତ୍ସବକୁ ବଣିକ ସଙ୍ଘର ସଭାପତି ପ୍ରଦୀପ ପରିଛା,ପ୍ରଭାତ ପାଣିଗ୍ରାହୀ,ସୁନୀଲ ଜୈନ,ସୁଧାକର ମହାରଣା,ଶ୍ରୀକାନ୍ତ ସାହୁ,ଚିତ୍ତରଞ୍ଜନ ଦାସ,ପୁରୁଷୋତ୍ତମ ଚୌଧୁରୀ,ସୁଖ, କେ.ଗୌରୀ,ଉମା ଶଙ୍କର,ନନ୍ଦ କିଶୋର ପଟ୍ଟନାୟକ,ରାଜୁ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ। ଏହି ରାବଣପୋଡି ଓ ମେଲୋଡି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବାକୁ ମୁନିଗୁଡ଼ା ସହର ସହିତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନ ସାଧାରଣଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ମୁନିଗୁଡ଼ା ଏସଡିପୀଓ ସନ୍ତୋଶିନି ଓରାମଙ୍କ ନିର୍ଦେଶ କ୍ରମେ ଆଇଆଇସି ଲଳିତ ମୋହନ ସାଗରଙ୍କ ନେତୃତ୍ୱରେ ଏସଆଇ ମହେନ୍ଦ୍ର ହାଂସଦା,ଜିୟଚିନ୍ଦ୍ର ସାହୁ,ଉର୍ମିଳା ସେଠୀ,ଏଫ.ଏ.ମହମ୍ମଦ, ରବି ନାରାୟଣୀ ସ୍ୱାଇଁ ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଏଥିସହ ମୁନିଗୁଡା ଅଗ୍ନିଶମ ବିଭାଗର ମୋଦନ ସେଠୀଙ୍କ ନେତୃତ୍ୱରେ ଅନେକ କର୍ମଚାରୀ ସାମ୍ଭାବ୍ୟ ଆପତ୍ତ କାଳୀନ ପରିସ୍ଥିତି ପାଇଁ ପଡ଼ିଆରେ ଉପସ୍ଥିତ ରହିଥିଲେ।


