ଅଖିଳ ଭାରତୀୟ ଟ୍ରେଡ୍ ୟୁନିୟନ୍ କଂଗ୍ରେସ୍‌ ଜିଲ୍ଲା ସମ୍ମିଳନୀ

ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ବାଲିମେଳାସ୍ଥିତ ଓଡ଼ିଶା ଜଳବିଦ୍ୟୁତ୍ ନିଗମ କ୍ଲବ୍‌ ପରିସରରେ ମାଲକାନଗିରି ଜିଲ୍ଲାର ପ୍ରଥମ ଶ୍ରମିକ ଜିଲ୍ଲା ସମ୍ମିଳନୀ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ୍ କଂଗ୍ରେସର ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ହକ୍, ଅଧିକାର ଓ ସଂଗଠନର ମଜବୁତି ଉପରେ ଦିଗଦର୍ଶନ ଦେଇଥିଲେ। ଏଥିସହିତ ସଂଗଠନର ପରିଷଦ ସଦସ୍ୟ ପ୍ରମୋଦ ମହାନ୍ତି, ବାଲିମେଳାର ବରିଷ୍ଠ ନେତା ସନ୍ତୋଷ ପଣ୍ଡା, ପ୍ରବୀର ଦାସ, ମାଥିଲି ଶ୍ରମିକ ସଂଘର ମଦନ ଓଝା, ବାଲିମେଳା ଶ୍ରମିକ ସଂଘ, ପାଚିକା ସଂଘ, ଅଙ୍ଗନବାଡ଼ି ସଂଘ ଏବଂ ନିର୍ମାଣ ଶ୍ରମିକ ସଂଘର ବହୁ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ସର୍ବସମ୍ମତିକ୍ରମେ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା। ଏଥିରେ ଶ୍ରୀ ସନ୍ତୋଷ ପଣ୍ଡାଙ୍କୁ ଜିଲ୍ଲା ସଭାପତି ଏବଂ ଶ୍ରୀ ମହାନନ୍ଦ ଦୁର୍ଗାଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ​ଶ୍ରମିକମାନଙ୍କର ବିଭିନ୍ନ ଦାବି ସାବ୍ୟସ୍ତ କରିବା ସହ ଆଗାମୀ ଦିନରେ ସଂଗଠନକୁ ଜିଲ୍ଲାସ୍ତରରେ ଆହୁରି ସୁଦୃଢ଼ କରିବା ପାଇଁ ଏହି ସମ୍ମିଳନୀରେ ସଂକଳ୍ପ ଗ୍ରହଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ