ସାପ କାମୁଡା ରେ ଜଣେ ମୃତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି – ଘୋଡ଼ାହାଡ଼ଡ଼୍ୟାମ ଛକ ରେ ଥିବା ପାଉଁରୁଟି ଫ୍ୟାକ୍ଟ୍ରି ରେ କାମ କରୁଥିବା ଜଣେ ବ୍ୟକ୍ତି ସାପ କାମୁଡ଼ା ରେ ମୃତ୍ୟୁବରଣ କରିଛନ୍ତି।ମୃତକ ଜଣକ ହେଲେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ହାଟୁଆ ସାହି ର ଏମ.ରାଜେଶ ପାତ୍ର। ରାଜେଶ ଗୁରୁବାର ରାତି ପ୍ରାୟ ସାଢେ ୧୦ ଟାରେ ପାଉଁରୁଟି ଫ୍ୟାକ୍ଟ୍ରି ରେ କାମସାରି ନିକଟରେ ଥିବା କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଡାହାଣ ଗୋଡ଼ ଆଙ୍ଗୁଠି କୁ କୌଣସି ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ସେ ଘରକୁ ଫେରି ଘଟଣା କହିବା ପରେ ତାଙ୍କ ସ୍ତ୍ରୀ କବିତା ସ୍ବାମୀ ରାଜେଶ ଙ୍କୁ ଦିଗପହଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଏନେଇ ଶୁକ୍ରବାର ତାଙ୍କ ସମ୍ପର୍କୀୟ ଏସ. ସହଦେବ ରେଡ୍ଡୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ  ଥାନା ଅପମୃତ୍ୟୁ ମାମଲା ନଂ.୫୦/୨୬ ମକଦ୍ଦମା ରୁଜୁ କରିଥିଲେ।ଅନୁସନ୍ଧାନକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ମୃତଦେହ ଜବତ କରି ସେଠାରେ ବ୍ୟବଚ୍ଛେଦ କରାଇବା ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ