ଆସିକା ସମବାୟ ଚିନିଶିଳ୍ପ ଲିଃ ପକ୍ଷରୁ ମା ଦଶଭୂଜାଙ୍କ ଭସାଣି ମହୋତ୍ସବ
ଆସିକା (ୱାଇଏନ୍ଏସ୍) : ଗତ ୧୮ ତାରିଖ ପବିତ୍ର ମହାସପ୍ତମୀ ତିଥି ଠାରୁ ଦୀର୍ଘ ୫ ଦିନ ଧରି ଆସିକା ସମବାୟ ଚିନିଶିଳ୍ପ ଲିଃର ପୂଜାମଣ୍ଡପରେ ବିରାଜିଥିବା ଦୁର୍ଗତୀନାଶିନୀ ମା ଦଶଭୂଜାଙ୍କ ଭସାଣି ମହୋତ୍ସବ ଶୁକ୍ରବାର ଅପରାହ୍ନରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ଘଣ୍ଟମୃଦଙ୍ଗ ସମେତ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି । ଆନନ୍ଦ ଉଲ୍ଲାସ ଅନ୍ତ ଘଟାଇ ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ଜଗତ୍ଜନନୀ ମା ଦୁର୍ଗା । ଶେଷ ହୋଇଛି ଅସତ୍ୟ ଓ ଅଧର୍ମ ଉପରେ ସତ୍ୟ-ଧର୍ମର ବିଜୟର ପର୍ବ ଶାରଦୀୟ ଦୁର୍ଗାପୂଜା । ଆସିକା ସମବାୟ ଚିନିଶିଳ୍ପ ଲିଃ ଦୁର୍ଗାପୂଜା କମିଟିର କାର୍ଯ୍ୟକର୍ତ୍ତା ଏବଂ ଶ୍ରଦ୍ଧାଳୁ ଭକ୍ତ ଓ ଆଧ୍ୟାତ୍ମିକପ୍ରେମୀମାନେ ଭାବବିହ୍ୱଳ ପରିବେଶ ମଧ୍ୟରେ ଜଗତ୍ଜନନୀ ମା ଦୁର୍ଗାଙ୍କୁ ବିଦାୟ ଦେଇଛନ୍ତି । ଦୀର୍ଘ ୫ ଦିନ ଧରି ଆସିକା ସମବାୟ ଚିନିଶିଳ୍ପ ଲିଃର ଦୁର୍ଗାମଣ୍ଡପରେ ସକାଳୁ ସଂଜ ଯାଏଁ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଉଥିବା ମା ସିଂହବାହିନୀଙ୍କୁ ବିଦାୟ ଦେବା ସେତେଟା ସହଜ ନଥିବା ପରିଲକ୍ଷିତ ହୋଇଥିଲା । ଯାହାଙ୍କ ଧରାବତରଣ ତଥା ଆଗମନରେ ଚଳଚଞ୍ଚଳ ହୋଇପଡିଥିଲା ଆସିକା ସମବାୟ ଚିନିଶିଳ୍ପ ଲିଃର ଦୁର୍ଗାପୂଜା ମଣ୍ଡପ ଶୁକ୍ରବାର ସନ୍ଧ୍ୟାରୁ ତାହା ନିସ୍ତେଜ ହୋଇଯାଇଛି । ଆସିକା ସମବାୟ ଚିନିଶିଳ୍ପ ଲିଃ ଦୁର୍ଗାପୂଜା ମଣ୍ଡପରେ ଜଗତ୍ଜନନୀ ଅଭୟଦାୟିନୀ ମା ଦୁର୍ଗାଙ୍କୁ ଆରାଧନା ଓ ପୂଜାର୍ଚ୍ଚନା କରିବା ଲାଗୁଥିବା ଭକ୍ତଙ୍କ ଗହଳି ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଛି । ଆରବର୍ଷକୁ ମା ଦୁର୍ଗା ଧରାପୃôଷ୍ଠକୁ ପୁଣି ଫେରିବାକୁ କହି ଛଳ ଛଳ ଆଖିରେ ଶ୍ରଦ୍ଧାଳୁ ଭକ୍ତମାନେ ମା ଜଗଦମ୍ବାକୁ ବିଦାୟ ଦେଇଥିବା ଦେଖିବାକୁ ମିଳିଥିଲା । ବାଦ୍ୟବାଜଣାରେ ତାଳେତାଳେ ଝୁଣା ଧୂପର ମହକରେ ଆସିକା ସମବାୟ ଚିନିଶିଳ୍ପ ଲିଃର ଭସାଣି ଶୋଭାଯାତ୍ରା ମହକି ଉଠୁଥିବା ଦେଖିବାକୁ ମିଳିଥିଲା । ଜଗତ୍ଜନନୀ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାକୁ ସୁସଜ୍ଜିତ ଯାନରେ ଅଧିଷ୍ଠିତ କରାଯାଇ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଇଥିଲା । ଦୁର୍ଗତୀନାଶିନୀ ମା ଦୁର୍ଗାଙ୍କୁ ଅଶ୍କୁଳ ବିଦାୟ ଦେବା ସମୟରେ ସମବାୟ ଚିନିଶିଳ୍ପ ଲିଃର ପୂଜାକମିଟିର କାର୍ଯ୍ୟକର୍ତ୍ତା ଓ ଶ୍ରଦ୍ଧାଳୁ ଭକ୍ତଙ୍କ ମନରେ ଭକ୍ତି ଓ ଆସନ୍ତା ବର୍ଷ ପୁଣି ମାଙ୍କ ଆଗମନର ଅପେକ୍ଷାକୁ ସ୍ପଷ୍ଟ ବାରି ହୋଇପଡୁଥିଲା । ଶେଷ ହୋଇଯାଇଛି ଆସିକା ସମବାୟ ଚିନିଶିଳ୍ପ ଚଳିତବର୍ଷର ଶାରଦୀୟ ଦୁର୍ଗାପୂଜା । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ଦୁର୍ଗାପୂଜା ପରିଚାଳନା କମିଟିର ସଭାପତି ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚଳିତବର୍ଷର ଶାରଦୀୟ ଦୁର୍ଗାପୂଜାକୁ ସୁପରିଚାଳନା କରିବା ଦିଗରେ ଶିଳ୍ପାନୁଷ୍ଠାନର ଆକାଉଣ୍ଟସ୍ ଅଫିସର ଚିତ୍ତଚିନ୍ମୟ ରଂଜନ ନାୟକ, ପୂଜା କମିଟିର ସଂପାଦକ ପ୍ରଶାନ୍ତ କୁମାର କର, କୋଷାଧ୍ୟକ୍ଷ ଏସ୍.ସୁଜିତ୍ କୁମାର ପୃଷ୍ଟି, କମିଟି ସଦସ୍ୟ ଇ.ଅରୁଣ କୁମାର ପାତ୍ର, ବାଇଧର ନାହାକ, ବିଶ୍ୱନାଥ ପାଣିଗ୍ରାହୀ, ଜଗନ୍ନାଥ ପଟ୍ଟନାୟକ, ଆଶିଷ୍ ପରିଡା, ରାମପ୍ରସାଦ ଶତପଥୀ, ଶ୍ରୀପାଳୀ ସୁନ୍ଦର ଦାଶ, ଦିଲୀପ କୁମାର ସ୍ୱାଇଁ, ଅକ୍ଷୟ କୁମାର ସ୍ୱାଇଁ, ଅନିଲ୍ କୁମାର ଦାଶ, ଜ୍ୟୋତିର୍ମୟୀ ରାଉତ, ସୁଶାନ୍ତ କୁମାର ପାତ୍ର, ସଂଜୟ ଷଡଙ୍ଗୀ, ଏମ୍ ରାମବାବୁ ଦୋରା, ଜିତେନ୍ଦ୍ର କୁମାର ଜେନା, ଦାମୋଦର ସିୟ, ରାଜେଶ୍ କୁମାର ନାୟକ, ସୁମନ୍ତ କୁମାର ପଟ୍ଟନାୟକ, ବିଷ୍ଣୁପ୍ରସାଦ ଜେନା, ସିମାଞ୍ଚଳ ନାହାକ, ବିପିନ୍ ନାହାକ, ତ୍ରିନାଥ ବେହେରା, ପ୍ରିୟବ୍ରତ ପାତ୍ର, ଉଲ୍ଲାସ ରେଡି, ବିଶ୍ୱନାଥ ପାଣିଗ୍ରାହୀ, ସୁବ୍ରତ କୁମାର କର, ସୁଶାନ୍ତ କୁମାର ଗୌଡ, ଶିବରାମ ନାହାକ, ବଳରାମ ଜେନାଙ୍କ ସମେତ ବହୁ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


