ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଆତଙ୍କିତ ଉପକୂଳବାସୀ

ନିମାପଡ଼ା,(ସନ୍ତୋଷ କୁମାର ଦାସ): ଅକ୍ଟୋବର ଆସିଲେ ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳବାସୀ ଙ୍କ ଆଖିରୁ ନିଦ ହଜି ଯାଉଛି। ୧୯୯୯ ମସିହା ରେ ସଂଗଠିତ ମହାବାତ୍ୟା ର ଲୋମ ଟାଙ୍କୁରା ଦୃଶ୍ୟ ମନେ ପଡ଼ି ରୋମ ଟାଙ୍କୁରି ଉଠୁଛି। ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଥିବାବେଳେ ୨୬ ତାରିଖ ରେ ଏହା ବାତ୍ୟା ର ରୂପ ନେଇ ୨୮ ତାରିଖ ରେ ଉପକୂଳ ଅତିକ୍ରମ କରିବ ବୋଲି ଅନୁମାନ କରିଛି। ଏହି ଖବର ପ୍ରସାରିତ ହେବା ପରେ ପୁରୀ ଜିଲ୍ଲା ର ଉପକୂଳବାସୀ ଭୟଭୀତ ହୋଇ ପଡିଛନ୍ତି। ସୃଷ୍ଟି ହେବାକୁ ଥିବା ବାତ୍ୟା କେଉଁ ଉପକୂଳ ଦେଇ ଅତିକ୍ରମ କରିବ ପାଣିପାଗ ବିଭାଗ ଅଦ୍ୟାବଧି ସ୍ପଷ୍ଟ କରିନଥିବା ବେଳେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ରେ ଲୋକ ମାନେ ଆତଙ୍କିତ ହୋଇ ପଡ଼ିଛନ୍ତି ।୨୦୧୩ ମସିହା ଠାରୁ ୨୦୨୧ ମସିହା ନଅ ବର୍ଷ ମଧ୍ୟରେ ନଅ ଥର ବାତ୍ୟା ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି । ୨୦୧୩ ମସିହା ଅକ୍ଟୋବର ୧୨/୧୩ ତାରିଖରେ ଫାଇଲିନ ,୨୦୧୪ ମସିହା ରେ ହୁଡୁହୁଡୁ ,୨୦୧୮ ମସିହାରେ ତିତିଲି ,୨୦୧୯ ମସିହା ମେ ମାସ ୩ ତାରିଖରେ ଫନି ,ସେହି ବର୍ଷ ନଭେମ୍ବର ୭ ତାରିଖରେ ବୁଲବୁଲ ବାତ୍ୟା ସଂଗଠିତ ହୋଇଥିଲା ।୨୦୨୦ ମେ ମାସ ୧୬ ତାରିଖରେ ଅମ୍ଫନ୍,୨୦୨୧ ମେ ମାସ ୨୫ ରେ ୟାଶ ,ଓ ଦାଉଦ୍, ୨୦୨୧ସେପ୍ଟେମ୍ବର ମାସ ରେ ଗୁଲାବ ,୨୦୨୧ ମସିହା ଡିସେମ୍ବର ମାସରେ ଜୱାଦ ର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳ ରେ ନାହିଁ ନଥିବା କ୍ଷୟକ୍ଷତି ଘଟିଥିଲା । ପୁଣି ଥରେ ଏକ ବାତ୍ୟା ଆସୁଥିବାରୁ ଲୋକ ଙ୍କ ଆଖିରୁ ନିଦ ହଜି ଯାଇଛି। ବାତ୍ୟା କେଉଁ ଅଞ୍ଚଳ ଦେଇ ଗତି କରିବ ତାକୁ ଜାଣିବାକୁ ଲୋକ ମାନେ ଟିଭି ଆଗରେ ସମ୍ବାଦ ଶୁଣିବାକୁ ଭିଡ଼ ଜମାଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ