ନୂଆଗାଁ ଦୁର୍ଗା ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ପର୍ବ
ବ୍ରହ୍ମପୁର,(ସୁଦିପ କୁମାର ସାହୁ): ଗୋସାଣୀ ନୁଆ ଗ୍ରାମ୍ ଦୁର୍ଗା ପୂଜା ର ୫୦ ବର୍ଷ ପୂର୍ତି ଅବସରରେ ପୂଜା କମିଟି ପକ୍ଷରୁ ସମସ୍ତ କର୍ମକର୍ତାମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଓଡ଼ିଶା ଆର୍ଟ୍ସ ତରଫରୁ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ମୁଖ୍ୟ ପରିବାଳିକା ପ୍ରଣୀତା ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥିରୂପେ ତହସିଲଦାର ରାକେଶ କୁମାର ପରିଡ଼ା ଯୋଗଦେଇଥିଲେ ବେଳେ କମିଟି ସଭାପତି ଜଗଦିଶ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥିଭାବେ ସମାଜସେବୀ ଅଜିତ ପାତ୍ର, ନାରୀ ନେତ୍ରୀ ଶିକ୍ଷା ପଟନାୟକ ଓ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।କମିଟି ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶିବୁନ ପଣ୍ଡାଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ । କାହୁଁ ରାଉତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଶେଷରେ କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


