ଯଶୋଦା ଫାଉଣ୍ଡେସନ ପକ୍ଷରୁ ମହିଳା ମାନଂକୁ ଶାଢ଼ୀ ଓ ଆର୍ଥିକ ସହାୟତା
ଛତ୍ରପୁର, (ଓ୍ବାଇଏନଏସ): ପବିତ୍ର କୁମାରପୂର୍ଣ୍ଣମୀ ଅବସରରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଏକ ନିଆରା ସେବା କାର୍ଯ୍ୟକ୍ରମ ସ୍ଥାନୀୟ ଗୌରୀଶଙ୍କର ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁନ୍ଦରପୁର ଗ୍ରାମର ଅସହାୟ ମହିଳାମାନଙ୍କୁ ଶାଢ଼ୀ ବଣ୍ଟନ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମହିଳାମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ସାମାଜିକ ଭାବେ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଫାଉଣ୍ଡେସନ ପକ୍ଷରୁ ଏହି ମହତ୍ ପଦକ୍ଷେପ ନିଆଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀ, ରାଧେଶ୍ୟାମ ଚାରିଟେବଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର, ଓଡ଼ିଶା ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ମହାରଣା, କବି ତଥା ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ସାହୁ, ଦ୍ୱାରକା ପ୍ରସାଦ ପଟ୍ଟନାୟକ, ଯୁବ ନେତା ଅଟଳବିହାରୀ ପଟ୍ଟନାୟକ, ସନ୍ତୋଷ କୁମାର ଶତପଥୀ, ଭୂମିକା ପାଣିଗ୍ରାହୀ ଓ ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଅସହାୟ ମହିଳାଙ୍କ ପାଇଁ ନିଆଯାଇଥିବା ଏହି ମାନବିକ ଓ ସେବାମୂଳକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହୁ ବୋଲି ମତପ୍ରକାଶ କରିଥିଲେ।


