ପୋଲସରା ବନାଞ୍ଚଳରେ ବରାହ ଦ୍ୱାରା ଧାନ ଫସଲ ନଷ୍ଟ

ପୋଲସରା (ଓ୍ବାଇଏନଏସ): ଦକ୍ଷିଣ ଘୁମୁସର ବନ ଖଣ୍ଡ ଅଧୀନସ୍ଥ ପୋଲସରା ବନାଞ୍ଚଳ ଅନ୍ତର୍ଗତ ଢୁଙ୍କାପଡା ମୌଜାରେ ବରାହ ଉପଦ୍ରବରେ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ୨୩/୧୦/୨୬ ତାରିଖ ରାତ୍ରରେ ଢୁଙ୍କାପଡ଼ା ଗ୍ରାମର ଜୟଚନ୍ଦ୍ର ପାଢ଼ୀଙ୍କ ଧାନ କ୍ଷେତରେ ବରାହ ପଲ ପଶି ଫଳନ୍ତି ଧାନ ଫସଲକୁ ଖାଇବା ସହ ଦଳାଚକଟା କରି ନଷ୍ଟ କରିଛନ୍ତି।ବରାହମାନଙ୍କ ଉପଦ୍ରବରେ କୃଷକ ଜୟଚନ୍ଦ୍ର ପାଢୀଙ୍କ ଏକ ଭରଣ ଜମିର ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବରାହ ପଲ ଦ୍ୱାରା ଧାନ ଫସଲ ନଷ୍ଟ ହୋଇଥିବା ଯୋଗୁଁ କ୍ଷତି ପୂରଣ ଦେବା ପାଇଁ ଜୟଚନ୍ଦ୍ର ପାଢ଼ୀ ବନ ବିଭାଗ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ