ତିନି ଦଫା ଦାବି ନେଇମେଡିକାଲ ସମ୍ମୁଖରେ ଆମରଣ ଅନଶନ

ହାଟଡିହି (ଓ୍ବାଇଏନଏସ) : କେନ୍ଦୁଝର ଜିଲା ହାଟଡିହି ବ୍ଲକ ଶାଳଣିଆଁ ମେଡିକାଲ ସମ୍ମୁଖରେ  ତିନି ଦଫା ଦାବି ନେଇ ଆମରଣ ଅନଶନ କରାଯାଇଛି। ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ସାଙ୍ଗକୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା   ମିଳୁନାହିଁ। ଯାହାଫଳରେ ଗରିବ ଲୋକ ଦୂରଦୁରାନ୍ତ  ଡାକ୍ତରଖାନାକୁ ଯାଇ ଖର୍ଜାନ୍ତ ହେଉଥ‌ିବା ସହ ବିଳମ୍ବରେ ଚିକିତ୍ସା ହେଉଥିବାରୁ ଅନେକ ମୃତ୍ୟୁମୁଖରେପଡୁଛନ୍ତି। ଏଠାରେ କୁକୁର କାମୁଡା ଇଞ୍ଜେକ୍ସନ, ସାପ କାମୁଡା ଇଞ୍ଜେକ୍ସନ ମିଳୁ ନଥିବାରୁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଶାଳଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉନ୍ନ‌ତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି କରାଯାଇଛି। ସେହିପରି ମରୈଗାଁରୁ ବଳିପୁର ରାସ୍ତା ନିର୍ମାଣ କରାଯିବାକୁ ସେମାନେ ଦାବି କରିଛନ୍ତି । ଏହି ରାସ୍ତା ଉପରେ ୭/୮ ଟି ପଞ୍ଚାୟତର ଲୋକ ନିର୍ଭର କରୁଥିବା ବେଳେ ରାସ୍ତା ସମସ୍ୟାରେ ଦୀର୍ଘ ବର୍ଷ ହେଲା ଲୋକମାନେ ଘାଣ୍ଟି ହେଉଛନ୍ତି। ତେଣୁ ଯୁଦ୍ଧ କାଳୀନ ଭିତିରେ ଏହି ରାସ୍ତା ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି  ଶାଳଣିଆଁ ଅଞ୍ଚଳଟି ଏକ ସମ୍ବେଦନ ଶୀଳ ଅଞ୍ଚଳ ହୋଇଥିବାରୁ ଏଠାରେ ଏକ ଫାଣ୍ଡି ନିର୍ମାଣ କରାଯିବାକୁ ସେମାନେ ଦାବି କରିଛନ୍ତି।  ଏହି ତିନି ଦଫା ଦାବି ନେଇ  ସୁବାଷ ଜେନା, ବାବାଜି ଚରଣ ମାଝୀ, ସୂର୍ଯ୍ୟମଣୀ ପଣ୍ଡା ପ୍ରମୁଖ ଗତ ୨୦ ତାରିଖ ଠାରୁ ମେଡିକାଲ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ଗୁରୁବାର ଦିନ ହାଟଡିହି ତହସିଲଦାର ଅନଶନ ସ୍ଥଳରେ ପହଞ୍ଚି ଅନଶନକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ନିର୍ଯ୍ୟାଶ ବାହାରି ନଥିଲା। ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଅନଶନକାରୀ ମାନେ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ