ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନ୍ ରେ ପ୍ରତିବର୍ଷ ଭଳି ଚଳିତବର୍ଷ  ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଜଲକ୍ଷ୍ମୀ ଙ୍କ ପୂଜା ମହୋତ୍ସବ ଶନିବାର ଠାରୁ ଶୁଭାରମ୍ଭ ହୋଇଛି।ମା’ ଗଜଲକ୍ଷ୍ମୀଙ୍କ ପୂଜା ଧନ, ଧାନ୍ୟ, ସମୃଦ୍ଧି, ସୁଖ ଓ ଶାନ୍ତିର ପ୍ରତୀକ ଭାବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ମହତ୍ତ୍ୱ ବହନ କରେ। ଏହି ପୂଜା ମାଧ୍ୟମରେ ଅଞ୍ଚଳବାସୀଙ୍କ ମଧ୍ୟରେ ଧାର୍ମିକ ଭାବନା ଜାଗ୍ରତ କରାଯିବା ସହ ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାରିତ ହେଉଥିବା ମତପ୍ରକାଶ ପାଇଥିବା ବେଳେ ସମଗ୍ର ଅଞ୍ଚଳ କଲୋନୀ ରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।ପୂଜାର ପ୍ରଥମ ଦିବସରେ ମା ‘ ଅଞ୍ଚଳେଶ୍ୱରୀ ଠାକୁରାଣୀ ପୀଠ ସଂଲଗ୍ନ ପୁଷ୍କରିଣୀରୁ ପ୍ରଚଳିତ ବିଧି ବିଧାନ ଅନୁଯାୟୀ ଗଙ୍ଗା ମାତା ଙ୍କୁ ଆବାହନ କରାଯିବା ପରେ ବହୁ ସଂଖ୍ୟକ ମହିଳା ଶ୍ରଦ୍ଧାଳୁ ପୂର୍ଣ୍ଣ ଜଳକଳସ ଶୋଭାଯାତ୍ରା ରେ ବାହାରି ପୂଜାସ୍ଥଳ ରେ ପହଞ୍ଚିଥିଲେ। ଏହାପରେ ପାରମ୍ପରିକ ରୀତିନୀତି ଅନୁସାରେ ମା ‘ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।କର୍ତ୍ତା ଭାବେ ଦେବାଶିଷ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ସାଇପ୍ରିୟା ପଣ୍ଡା ପୂଜା କାର୍ଯ୍ୟ ତୁଲାଉଛନ୍ତି। ଚଳିତ ବର୍ଷ ଏହି ମା ‘ ଗଜଲକ୍ଷ୍ମୀ ଙ୍କୁ ପୂଜା ମହୋତ୍ସବ ୫ମ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ମା’ ଗଜଲକ୍ଷ୍ମୀ ଙ୍କ ସହସ୍ରାର୍ଚ୍ଚନା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା କରାଯାଇଥିବା ପୂଜା ପରିଚାଳନା କମିଟି ସଭାପତି  ଦାମୋଦର ପାଢ଼ୀ, ସମ୍ପାଦକ  କୈଳାସ ଦାସ , କୋଷାଧ୍ୟକ୍ଷ  ପ୍ରଭାକର ପାଣିଗ୍ରାହୀ କହିଛନ୍ତି। ସୋମବାର ପୂଜା ସ୍ଥଳରେ ଚାଲିଥିବା ମହାହୋମ ର ପୂର୍ଣ୍ଣାହୁତି ହେବ ବୋଲି ବେଦ ବିଭୂଷଣ ବେଦମୂର୍ତ୍ତି ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ ଶର୍ମା ସୂଚନା ଦେଇଛନ୍ତି।କଲୋନୀ ର  ସୁଦାମ ଦାସ, ସୀମାଞ୍ଚଳ ପଣ୍ଡା , ଲକ୍ଷ୍ମୀ ନାରାୟଣ ପାଢ଼ୀ, କେ. ଜଗନ୍ନାଥ, ଶିବାଶିଷ ଦାସ,ରବି ନାରାୟଣ ପାଢ଼ୀ ସହଯୋଗ କରୁଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ