ପୌରାଣିକ ରାମାୟଣ ନାଟକ ଉଦଘାଟିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):  ଦିଗପହଣ୍ଡି ବ୍ଳକ ବି . ତୁରୁବୁଡି ଗ୍ରାମରେ ନବରାତ୍ରୀ ଦୂର୍ଗା ପୂଜା ଅବସରରେ ପୈାରାଣିକ  ରାମାୟଣ ନାଟକ ମଞ୍ଚସ୍ଥ ହୋଇଯାଇଛି। ଗ୍ରାମର ଯୁବକ ସଂଘ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ  ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାମାୟଣ ନାଟକ କୁ ଉଦଘାଟନ କରିଥିଲେ । ବ୍ରହ୍ମପୁର ଏମ.ପି  ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀ , ବଡ଼ଡୁମୁଳା  ପଞ୍ଚାୟତ ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ , ବି. ତୁରୁବୁଡିି ପଞ୍ଚାୟତ ସରପଞ୍ଚ ଲିଙ୍ଗରାଜ ଦୋରା  , ବମକୋଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନ , ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ଯା , କୁରେଶୁ ସେଠୀ, ନିଳାଞ୍ଚଳ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗ୍ରାମର ନବରାତ୍ର ଦୂର୍ଗା ପୂଜା କମିଟିର ଅନୁରୋଧ ରକ୍ଷାକରି ଅତିଥିବୃନ୍ଦ ଗତ ଶନିବାର ରାତିରେ ଗ୍ରାମରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ସେମାନଙ୍କୁ ଗ୍ରାମ ପରିକ୍ରମା କରାଯାଇ ସଭା ମଞ୍ଚକୁ ପାଛୋଟି ନିଆଯାଇଥିଲା ।  କବିସୂର୍ଯ୍ୟନଗର ର ରାମାୟଣ ନାଟକ ର କଳାକାର ବୃନ୍ଦ ନାଟକ ପରିବେଷଣ କରିଥିଲେ। ଗ୍ରାମ୍ୟ ଯୁବକ ସଂଘ କାର୍ଯ୍ୟକର୍ତ୍ତା ଏଫ୍. ରାଜୀବ ରେଡ୍ଡୀ , ନରସିଂହ ରେଡ୍ଡୀ , ଅଜିତ ରେଡ୍ଡୀ , ଅସିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ