ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରାରମ୍ଭିକ ବର୍ଗ ଉଦଯାପିତ
ହାଟଡିହି,(ଓ୍ବାଇଏନଏସ) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ହାଟଡିହି ଖଣ୍ଡର ପ୍ରାରମ୍ଭିକ ବର୍ଗ ଉତ୍ସବ ଉଦଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ଆଜି ହାଟଡିହି ହାଇସ୍କୁଲ ପରିସରରେ ଉଦଯାପିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଇଂ ଉଦୟନାଥ କର, ମୁଖ୍ୟ ବକ୍ତା ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ମହାନ୍ତ, ପ୍ରମୁଖ ଯୋଗ ଦେଇ ରାଷ୍ଟୀୟ ଚେତନାରେ ଉଦବୁଦ୍ଧ ହୋଇ ଭାରତ ମାତାକୁ ପରମ ବୈଭବଶାଳୀ କରିବା ପାଇଁ ଯୁବ ସମାଜର ଭୂମିକା ଓ ଆବଶ୍ୟକତା ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହା ସମରସତା ପୂର୍ଣ୍ଣ ସମାଜ ଗଠନ ଦ୍ୱାରା ଅରାଷ୍ଟ୍ରୀୟ ତତ୍ତ୍ୱ ମାନଙ୍କୁ ଦମନ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ସ୍ୱୟଂ ସେବକ ମାନଙ୍କର ଭାରତ ମାତା ପାଇଁ ସମର୍ପିତ ଭାବ, ଭାରତ ମାତା ପାଇଁ ସଂଘର ଅବଦାନ ବିଷୟରେ ଉଲେଖ କରିଥିଲେ। କେନ୍ଦୁଝର ଜିଲ୍ଲା ପ୍ରଚାରକ ବୁଦ୍ଧିରାମ ସାହୁ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡିହି ଖଣ୍ଡ କାର୍ଯ୍ୟବାହ ଶତ୍ରୁଘ୍ନ ଖୁଣ୍ଟିଆ ମଞ୍ଚ ସଂଯୋଜନା କରିଥିଲେ। ଆଜି ମଧ୍ୟାହ୍ନରେ ଶତାଧିକ ଊର୍ଦ୍ଧ୍ଵ ସ୍ୱୟଂ ସେବକ ପୂର୍ଣ୍ଣ ଗଣବେଶରେ ଗୈରିକ ଧ୍ଵଜ, ଘୋଷ ଆନକ ଶଙ୍ଖର ସହିତ ମରେଇ ଗାଁରୁ ବାହାରି ବେତିରା, ଜଳକଳଙ୍ଗ ଦେଇ ହାଟଡିହି ହାଇସ୍କୁଲ ପର୍ଯ୍ୟନ୍ତ ପଥ ସଞ୍ଚଳନ କରି ହାଟଡିହି ହାଇସ୍କୁଲରେ ପହଞ୍ଚିଥିଲେ। ଏହି ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ମହିଳାମାନେ ଶଙ୍ଖ ହୁଳହୁଳି ଓ ପୁଷ୍ପ ବୃଷ୍ଟି କରି ସ୍ବାଗତ କରାଯାଉଥିବା ଦେଖିବାକୁ ମିଳିଥିଲା। ଏଥିରେ ଭୀମସେନ ମଲ୍ଲିକ, ଆଲୋକ ସେଠି, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁଧୁଷ୍ଠିର ମଲ୍ଲିକ, ବାବୁଲି ନାୟକ, ବସନ୍ତ ସାହୁ, ବୁଦ୍ଧିରାମ ହୋ, ରୁଦ୍ର ପ୍ରସାଦ ଜେନା, ଦୀପକ ଜେନା, ସୌମ୍ୟ ବେହେରା, ଶୁଭମ ନାୟକ, ଅବିନାଶ ସେଠି, ଅଶୋକ ଜେନା, କୃଷ୍ଣ ଚନ୍ଦ୍ର ଜେନା, ଶ୍ରୀଧର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


