ଇନ୍ଦିରା ଗାନ୍ଧୀଙ୍କ ୪୨ତମ ପୁଣ୍ୟତିଥି ପାଳିଲା ନାଉଗାଁ ବ୍ଲକ କଂଗ୍ରେସ

ନାଉଗାଁ ,(ପ୍ରଦୋଷ ମହାନ୍ତି): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଲୌହ ମାନବୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୪୨ତମ ପୁଣ୍ୟତିଥି ନାଉଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଶନିବାର ପାଳିତ ହୋଇଯାଇଛି। ବ୍ଲକ କଂଗ୍ରେସ କମିଟି ସଭାପତି ବିଚିତ୍ରାନନ୍ଦ ଲେଙ୍କାଙ୍କ ନେତୃତ୍ୱରେ ନାଉଗାଁ ବଜାରସ୍ଥିତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦଳୀୟ କର୍ମୀ ଓ ସମର୍ଥକମାନେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଦେଶ ପ୍ରତି ତାଙ୍କର ଅବଦାନ, ତ୍ୟାଗ ଓ ବଳିଦାନକୁ ସ୍ମରଣ କରାଯିବା ସହ ତାଙ୍କ ଜୀବନୀ ଓ ରାଜନୈତିକ ଜୀବନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଶାରଦା ମହାନ୍ତି, କାର୍ତ୍ତିକ ନାୟକ, ସମାଜସେବୀ ପ୍ରଦୀପ ସ୍ୱାଇଁ, ଫିରୋଜ ସାସମଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ