ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ହାଟଡ଼ିହି,(ଓ୍ବାଇଏନଏସ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦିବଂଗତ ମହାପୁରୁଷ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୫୧ ତମ ଜୟନ୍ତୀ ଅବସରରେ ନନ୍ଦିପଦା ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି l ନନ୍ଦିପଦା ଥାନା ଇନ୍ସପେକ୍ଟର ବଳିଆ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସ ସଦସ୍ୟ ସୁଧାଂଶୁ ଶେଖର ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, ବୀରେନ୍ଦ୍ର ବିଶ୍ୱାଳ, ଦୁଃଶାସନ ସାହୁ, କୃଷ୍ଣଚନ୍ଦ୍ର ଜେନା, ମନମୋହନ ବେହେରା, ସରପଞ୍ଚ ଜଗବନ୍ଧୁ କାଣ୍ଡି, ସରପଞ୍ଚ ପ୍ରତିନିଧି ସୁଧାଂଶୁ ବିଶ୍ୱାଳ, ସୁବ୍ରତ ମହାପାତ୍ର , ଏସ.ଆଇ  ବିନୀତା ଲାକ୍ରା,ଏସ ଆଇ ତ୍ରିପୁରା ସୁନ୍ଦରୀ ସେଠୀ, ଏ.ଏସ.ଆଇ ରାଘବ ବେହେରା, ଲକ୍ଷ୍ମୀପ୍ରିୟା ବଳ, ଏ.ଏସ.ଆଇ କଳିନ୍ଦ୍ର ପ୍ରଧାନ, ଏ.ଏସ.ଆଇ ଅନୁପ ଲୁଗୁନ ପ୍ରମୁଖ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।ସର୍ଦାର ବଲ୍ଲଭଭାଇ ପଟେଲ ଥିଲେ ଜଣେ ଅସାଧାରଣ ଦେଶପ୍ରେମୀ, ଦୃଢ଼ ନେତୃତ୍ୱର ଅଧିକାରୀ ଓ ମହାନ ସ୍ୱାଧୀନତା ସଂଗ୍ରାମୀ। ସ୍ୱାଧୀନତା ପରେ ଦେଶର ବିଭିନ୍ନ ଦେଶୀୟ ରାଜ୍ୟକୁ ଏକତ୍ରିତ କରି ଅଖଣ୍ଡ ଭାରତ ଗଠନରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏଥିସହ ନିଶାମୁକ୍ତ ଭାରତ ଗଠନ ଉପରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ  ନିଜେ ନିଶାଠାରୁ ଦୂରେଇ ରହିବି , ଅନ୍ୟକୁ ସଚେତନ କରିବି ଏବଂ ଏକ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବି ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଶପଥ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ