କଥାକାର ଡକ୍ଟର ରାମଚନ୍ଦ୍ର ବେହେରାଙ୍କ ଜନ୍ମଦିନ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ବିଶିଷ୍ଟ କଥାକାର ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡକ୍ଟର ରାମଚନ୍ଦ୍ର ବେହେରାଙ୍କ ୮୧ ତମ ଜନ୍ମଦିନ ପାଳିତ ହୋଇଯାଇଛି । ଏହି ଅବସରରେ କପାଳେଶ୍ୱର ଭିଆଇପି ରୋଡ ସ୍ଥିତ ନିତ୍ୟ ବୈକୁଣ୍ଠ ପରିସରରେ ଆୟୋଜିତ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାହିତ୍ୟିକ ଯୋଗଦେଇ ରାମଚନ୍ଦ୍ର ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କବି ଡକ୍ଟର ଅପର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପାରମ୍ପରିକ ଗୁରୁ ପୂଜନ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ପାଠକ ମାନେ ରାମଚନ୍ଦ୍ର ବେହେରାଙ୍କ କାଳଜୟୀ ଗଳ୍ପ ଗୁଡିକ ପାଠ କରିଥିଲେ । ଏହି ଉତ୍ସବରେ ପୂର୍ବତନ ବିଧାୟକ ଡକ୍ଟର ଅଲେଖ ଚନ୍ଦ୍ର ଜେନା, ସମାଜସେବୀ ଭୁବନ ମୋହନ ଜେନା, କବି ବୃନ୍ଦାବନ ଦାସ, ସରୋଜ ମହାନ୍ତି, ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ଅଧ୍ୟାପକ ତପନ କୁମାର ପତି, ଅଧ୍ୟାପକ ଅମୂଲ୍ୟ ମଲ୍ଲ, କବି ନବଜ୍ୟୋତି ରାୟ, ଅଧ୍ୟାପକ ବସନ୍ତ ସେଠୀ, ଅଧ୍ୟାପକ ମାନସ ଦାସ, ଅଧ୍ୟାପକ ସୂର୍ଯ୍ୟକାନ୍ତ ମଲ୍ଲିକ, ଅଧ୍ୟାପିକା ପ୍ରଭାସିନୀ ପରିଡା, ଡକ୍ଟର ଗିରିଜା କାନ୍ତ ଦାସ, କବି ସୁବ୍ରତ ପାତ୍ର, ପବିତ୍ର ସାହୁ, ଗୋଲାପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ