କଟକ ନାଟ୍ୟୋତ୍ସବ-୨୦୨୬ ଚୂଡାନ୍ତ ପର୍ଯ୍ୟାୟ

କଟକ, (ଓ୍ବାଇଏନଏସ): ନାଟ୍ୟକଳା ଓ ଅଭିନୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ, ସୃଜନଶୀଳତା ତଥା ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ “କଟକ ନାଟ୍ୟୋତ୍ସବ” ଦ୍ଵିତୀୟ ସଂସ୍କରଣର ଚୂଡାନ୍ତ ପର୍ଯ୍ୟାୟ ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ବବିଦ୍ୟାଳୟର ସେଭେନ୍ ପିଲାର୍ସ ଅଫ୍ ୱିସଡମ୍‌ଠାରେ ଅନୁଷ୍ଠିତ ହେବ । ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ନାଟକ ପରିବେଷଣ ଆରମ୍ଭ ହୋଇ ଅପରାହ୍ନ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ମୋଟ ୧୦ଟି ଦଳ ସେମାନଙ୍କ ନାଟ୍ୟ ପ୍ରତିଭା ପ୍ରଦର୍ଶନ କରିବେ । ଆସନ୍ତା କାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ମଞ୍ଚପୂଜା ଅନୁଷ୍ଠିତ ହେବ ଓ ପରେ ପରେ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ ପକ୍ଷରୁ ନାଟକ ମହାବାହୁ ପରିବେଷଣ କରାଯିବ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନାଟ୍ୟୋତ୍ସବର ବିଜେତା ଦଳକୁ ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚରେ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯିବ । ଦଳଗତ ପୁରସ୍କାର ବ୍ୟତୀତ ବିଭିନ୍ନ ବ୍ୟକ୍ତିଗତ ଓ କଳାତ୍ମକ ବିଭାଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ ।ଦର୍ଶକ ମାନେ ଏହି ନାଟକଗୁଡ଼ିକୁ ବିନାମୂଲ୍ୟରେ ଉପଭୋଗ କରିବାର ସୁଯୋଗ ପାଇବେ। ପୂର୍ବରୁ ନେତାଜୀ ସଂସ୍କୃତି ଭବନଠାରେ ଅକ୍ଟୋବର ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସେମିଫାଇନାଲ ଆୟୋଜିତ ହୋଇଥିଲା ।ଏହି ପର୍ଯ୍ୟାୟରେ ମୋଟ ୧୩ଟି ଦଳ ସେମାନଙ୍କ ନାଟ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ । ନାଟ୍ୟ ବିଶେଷଜ୍ଞ ତଥା ବିଚାରକମଣ୍ଡଳୀଙ୍କ ଦ୍ୱାରା ନାଟକଗୁଡ଼ିକର ମୂଲ୍ୟାୟନ କରାଯାଇ ୧୦ ଟି ଦଳକୁ ଚୂଡାନ୍ତ ପର୍ଯ୍ୟାୟକୁ ଚୟନ କରାଯାଇଥିଲା । ଏହି ନାଟ୍ୟୋତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାଟ୍ୟକଳା ପ୍ରତି ରୁଚି ବୃଦ୍ଧି କରିବା ସହ କଟକର ସମୃଦ୍ଧ ନାଟ୍ୟ ଐତିହ୍ୟ ଓ ଓଡ଼ିଆ ନାଟ୍ୟକଳାର ଗୌରବମୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହେବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ