ଆହିସ୍ତା ତରଫରୁ ରାଇରଙ୍ଗପୁର ଷ୍ଟେସନ ମାଷ୍ଟରଙ୍କୁ ଦାବୀପତ୍ର ପ୍ରଦାନ
ରାଇରଙ୍ଗପୁର,(ୱାଇଏନଏସ): ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଷ୍ଟେସନ ର ରୂପ ରେଖ ପରିବର୍ତ୍ତନ ହୋଇ ଅମୁତ ଷ୍ଟେସନ ଭାବେ ଆଉ କିଛି ଦିନ ଭିତରେ ମାନ୍ଯତା ହେବାକୁ ଯାଉଛି l ରାଇରଙ୍ଗପୁର ଷ୍ଟେସନ ର ପୁରୁଣା କୋଠାଘର ପରିବର୍ତ୍ତନ ନୂଆ କୋଠାଘର ରୂପରେ ଗଠନ ହେବାକୁ ଯାଉଛି l ରାଇରଙ୍ଗପୁର ଷ୍ଟେସନ ସମସ୍ତଙ୍କର ପ୍ରିୟ ହେବାକୁ ଯାଉଛି l ଉକ୍ତ ଅବକାଶରେ ଓଲ ଇଣ୍ଡିଆ ଅନୁସୂଚିତ ଜନଜାତି ସଂଘ ( ଆହିସ୍ତା) ରାଇରଙ୍ଗପୁର ଶାଖା ତରଫରୁ ରାଇରଙ୍ଗପୁର ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଦକ୍ଷିଣ ପୂର୍ବ ରେଲଓ୍ବେ, ଚକ୍ରଧର ଡିଭିଜନ ର ଡି ଆର ଏମ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବୀପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ସାନ୍ତାଳୀ ଲିପି ଅଲଚିକି ସମ୍ବିଧାନର ଅଷ୍ଠମ ଅନୁଛେଦରେ ମାନ୍ଯତା ଲାଭ କରିଛି l ବାମନଘାଟୀ ଉପଖଣ୍ଡ ରେ ସାନ୍ତାଳୀ ସମ୍ପ୍ରଦାୟ ବହୁ ସଂଖ୍ଯାରେ ରହୁଥିବାରୁ ରାଇରଙ୍ଗପୁର ଷ୍ଟେସନ ର ନାମକରଣ ସାନ୍ତାଳୀ ଲିପି ଅଲଚିକି ରେ ରହିବା ସହିତ ସାନ୍ତାଳୀ ଲିପି ଅଲଚିକି ରେ ଲୋକମାନଙ୍କୁ କୌଣସି ବିଷୟରେ କହିବା ବେଳେ ଓଡିଆ, ହିନ୍ଦୀ, ଇଂରାଜୀ ସାଙ୍ଗରେ ସାନ୍ତାଳୀ ଲିପି ଅଲଚିକିରେ ଘୋଷଣା କରାଯାଉ ବୋଲି ଦୁଢଦାବୀ କରିଥିଲେ l ଏହି ସ୍ମାରକ ପତ୍ର ଦେବା ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ତଥା ଜେ ଏମ ଏମ ଓଡିଶା ସମ୍ପାଦକ ସୁନୀଲ ମାଝୀ, ଆହିସ୍ତା ରାଇରଙ୍ଗପୁର ଶାଖା ସମ୍ପାଦକ ପାରେଶ୍ବର ମୁର୍ମୁ, ଶ୍ଯାମ ଚରଣ ସୋରେନ, ଶ୍ଯାମ ଚରଣ ହାଁସଦାଃ, ଅନନ୍ତ ପ୍ରସାଦ ମାର୍ଣ୍ଡି, ରାଇସେନ ସୋରେନ ତଥା ଅନ୍ଯମାନେ ଉପସ୍ଥିତ ଥିଲେ.


