ରାତି ୧ଟା ଯାଏଁ ଖୋଲା ରହିବ ମଦ ଦୋକାନ
ଭୁବନେଶ୍ୱର : ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବାର୍ ଓ ଠିପି ଖୋଲା ମଦ ଦୋକାନ । ଭୁବନେଶ୍ୱର, କଟକ ଓ ପୁରୀରେ ଏହା କାର୍ଯ୍ୟକାରୀ ହେବ । ସୋମବାର ଅବକାରୀ ବିଭାଗର ଅତିରିକ୍ତ ସଚିବ ଅବକାରୀ ବିଭାଗର କମିସନରଙ୍କୁ ଏଭଳି ଚିଠି ଦେଇଛନ୍ତି । ଅତିରିକ୍ତ ସଚିବଙ୍କ ଏଭଳି ଚିଠି ପରେ ଆଉ ଏକ ଘଣ୍ଟା ବାର ଓ ଠିପି ଖୋଲା ମଦ ଦୋକାନ ଖୋଲା ରଖିବାକୁ ମହଲତ ମିଳି ପାରିବ । ଚଳିତ ବର୍ଷ ପ୍ରଥମ ଥର ଲାଗି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବାର୍ ମାଲିକମାନେ ସ୍ୱାଗତ କରିଥିବାବେଳେ ବୁଦ୍ଧିଜୀବୀମାନେ କିନ୍ତୁ ଏହାକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି ।


