ଅଗ୍ନିକାଣ୍ଡରେ ୫ ବଖରା ଭଷ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବନ୍ତ,(ଚାନ୍ଦିନୀ ମହାନ୍ତି): ସୋମବାର ରାତି ପ୍ରାୟ ୧୧ଟା ୩୦ ବେଳେ ବନ୍ତ ତହସିଲ ନିଳୋକ ପଞ୍ଚାୟତ ଅଧିନ ଗୋହିରାପଦୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି  ମଥୁରୀ ମୋହନ ପାତ୍ରଙ୍କର ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଧାନ, ଚାଉଳ, ପକ୍କା ଘର ତିଆରି ପାଇଁ ରଖା ଯାଇଥିବା ନଗଦ ୨ ଲକ୍ଷ ଟଙ୍କା ସମେତ ସମସ୍ତ ଗୃହ ସାମଗ୍ରୀ ଭଷ୍ମୀଭୁତ ହୋଇ ଯାଇଛି। ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ମାନଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନି କାଣ୍ଡ ଘଟିଥିବା ଅନୁମାନ କରାଯାଇଛି। ଅଗ୍ନି ବିପନ୍ନ ପରିବାର ଏବେ ଖୋଲା ଆକାଶ ତଳେ ରହିଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ