ବରିଷ୍ଠ କଂଗ୍ରେସ ନେତା ରମେଶ ପାଲାକାଙ୍କ ବିୟୋଗ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାର ବରିଷ୍ଠ କଂଗ୍ରେସ ନେତା ତଥା ଏସସି ସେଲର ଜିଲ୍ଲା ସଭାପତି ରମେଶ ପାଲାକାଙ୍କ ମଙ୍ଗଳବାର ପରଲୋକ ଘଟିଛି। ସେ ମୁନିଗୁଡାର ଟିକରପଡାରେ ରହୁଥିବା ବେଳେ ଗତ କିଛି ଦିନ ଧରି ମଧୁମେହ ରୋଗରେ ପୀଡିତ ହୋଇ ଅସୁସ୍ଥ ଥିବାବେଳେ ଚିକିତ୍ସା ମଧ୍ୟ କରୁଥିଲେ। ହଠାତ ତାଙ୍କର ବିୟୋଗ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଥିଲା। ସେ ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳ ପାଇଁ ତୃଣମୂଳ ସ୍ଥରରୁ କାର୍ଯ୍ୟ କରି ଆସୁଥିଲେ। ଏଥିସହ ସେ ଜଣେ ମେଳାପୀ ଓ ମିଷ୍ଟିଭାସୀ ସହ ସ୍ୱାଭିମାନୀ ବ୍ୟକ୍ତି ଭାବେ ତାଙ୍କର ଅନନ୍ୟ ପରିଚୟ ରହିଥିଲା। ତାଙ୍କର ଏହି ଦୁଃଖଦ ଜାଣିବା ଖବର ପରେ ବିଧାୟକ ନୀଳମାଧଵ ହିକକା,କଂଗ୍ରେସ ବ୍ଲକ ସଭାପତି ନୀଳାମ୍ବର ବିଭାର,ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା,ଏମପି ପ୍ରତିନିଧି ରଜନୀକାନ୍ତ ପଡାଲ,ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ସଭାପତି ଚନ୍ଦ୍ରଶେଖର ବେହେରା, ଦମ୍ବୁରୁଧର ଶତପଥୀ,ବିଜେଡି ବ୍ଲକ ସଭାପତି ରତନଲାଲ ଜୈନ,ଜିଲ୍ଲା ଉପ ସଭାପତି ପୂର୍ଣଚନ୍ଦ୍ର ଗୌଡ଼,ବୃନ୍ଦାବନ ପାଢ଼ୀ,ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସ,ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ବେହେରା,ମଣ୍ଡଳ ସଭାପତି ସୁବାଷ ଗୌଡ଼,ରାମକୃଷ୍ଣ ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ତାଙ୍କର ଅମର ଆତ୍ମାର ସତଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକାକୁଳ ପରିବାର ବର୍ଗକୁ ସମବେଦନା ଜଣାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ