ଓଷାକୋଠି ଯାତ୍ରା ଉଦଯାପିତ

କବିସୂର୍ଯ୍ୟନଗର, (କୃଷ୍ଣ ଚନ୍ଦ୍ର ନାହକ): କବିସୂର୍ଯ୍ୟନଗର ସହର କନକ ପାଟଣା ସାହି ରେ ପ୍ରତିବର୍ଷ ଭଳି କନକ ଦୁର୍ଗା ଓ ମା ମଙ୍ଗଳାଙ୍କ ଓଷାକୋଠି ଯାତ୍ରା ଉଦଯାପିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ କଳାକାର ସୁବାସ ଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଗାହଣ ଲୋକ ନୃତ୍ୟକୁ ସମାଜସେବୀ ରାମ ପ୍ରସାଦ ମହାରଣା ଓ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ସଙ୍ଘ ସଭାପତି ବ୍ରଜସୁନ୍ଦର ମଳିକ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ସୀତାରାମ ପାଣିଗ୍ରାହୀ, ବିଜେପି ମଣ୍ଡଳ ସଭାପତି ଅଶୋକ କୁମାର ଜେନା ଉପସ୍ଥିତ ରହି କଳାକାରଙ୍କ ପାଇଁ ବଞ୍ଚିରହିଥିବା ଗଞ୍ଜାମ ଲୋକ କଳା ନୃତ୍ୟ ଆୟୋଜକଙ୍କୁ କୃତଜ୍ଞତା ଜଣାଇଥିଲେ। ଗାହଣ ଗାୟକ ବିଶ୍ୱନାଥ ଶତପଥୀ, ସିମାଞ୍ଚଳ ନାହାକ, ନିରଞ୍ଜନ ପାତ୍ର ଓ ମଙ୍ଗୁଳୁ ସାହୁ ଯୋଗ ଦେଇ ଗାହଣ ପରିବେଷଣ କରିଥିଲେ। ଅନୁଷ୍ଠିତ ଯାତ୍ରା ରେ ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରୋତା ସମାଗମ ହୋଇଥିବା ବେଳେ କନକପାଟଣା ସାହି ବାସୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ