କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲା କରଣ ସମାଜ ପକ୍ଷରୁ କୁଳଗୁରୁ ଚିତ୍ରଗୁପ୍ତଙ୍କ ପୂଜା ସ୍ଥାନୀୟ ପାହାଡ଼ପୁର ମଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚିତ୍ରଗୁପ୍ତଙ୍କ ପୂଜା କରାଯିବା ପରେ ହୋମଯଜ୍ଞ କରାଯାଇଥିଲା। ଏହାପରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ପୂଜା ଶେଷ ହେବା ପରେ କରଣ ସମାଜର ସଭାପତି ସୁଧାଂଶୁ ରାୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ବ୍ଲକ୍ କମିଟି ଗଠନ, ଜନଗଣନା, ପରିବାର ମିଳନ କାର୍ଯ୍ୟକ୍ରମ ମାନ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ଦାସ, ଶୈଳେନ୍ଦ୍ର ମହାନ୍ତି, ମନୋଜ ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, ବିଚିତ୍ର ମହନ୍ତି, ଚିତ୍ତରଞ୍ଜନ ଚୌଧୁରୀ, ଅଶ୍ୱିନୀ ପରିଜା, ଅଶୋକ ମହାନ୍ତି, ସଲିଳେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ