ବନ୍ୟାବିପନ୍ନଙ୍କୁ ପୋଲିସ ପ୍ରଶାସନର ସହାୟତାର ହାତ

ଆସିକା (ୱାଇଏନ୍‍ଏସ୍‍): ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ଯେଉଁଠି ଛଡାଇ ନେଇଛି ହସ ଓ ଆନନ୍ଦ ସେଠାରେ ପୁଣି ଖୁସି ଫେରାଇ ଆଣିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ । ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ନବରତ୍ନପୁର ଗ୍ରାମର ବନ୍ୟାବିପନ୍ନଙ୍କ ଦୁଃଖରେ ସହଭାଗୀ ହୋଇ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ଯେଉଁ ମାନବିକତା ଏବଂ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଗ୍ରହଣ କରିଛି ତାହାକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି । ପ୍ରଳୟଙ୍କରୀ ବନ୍ୟା ଓ ପରବର୍ତ୍ତୀ ସମୟରେ ଉଦ୍ଧାର ଓ ରିଲିଫ୍‍ କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ପୁଣି ଥରେ ଜନସେବା ମନୋଭାବର ପରିଚୟ ଦେଖାଇଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ନବରତ୍ନପୁର ଗ୍ରାମର ବନ୍ୟାବିପନ୍ନ ପରିବାରବର୍ଗ ଅସମୟ ଓ ଦୁଃଖ ଏବଂ ବିପଦ ସମୟରେ ସହାୟତାର ହାତ ବଢାଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ୍‍ ବିଶିଙ୍କ ସମେତ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ, ଆସିକା ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ସୌମ୍ୟରଂଜନ ଜେନା ପ୍ରମୁଖ ବନ୍ୟା ପ୍ରଭାବିତ ନବରତ୍ନପୁର ଗ୍ରାମରେ ପହଞ୍ଚି ପ୍ରପୀଡିତ ପରିବାରଙ୍କୁ କମଳ, ଲୁଙ୍ଗି, ଶାଢୀ ସମେତ ବିଦ୍ୟାର୍ଥୀମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ବରିଷ୍ଠ ପଦାଧିକାରୀମାନେ ନବରତ୍ନପୁର ଗ୍ରାମର ବନ୍ୟାବିପନ୍ନ ପରିବାରମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ବୁଝିବା ସାଙ୍ଗକୁ ମନୋବଳ ଦୃଢ କରି ଆଗକୁ ଅଗ୍ରସର ହେବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ନବରତ୍ନପୁର ଗ୍ରାମର ବନ୍ୟାବପନ୍ନଙ୍କ ପାଖରେ ପହଞ୍ଚି ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ଯେଉଁ ମାନବିକତାର ପରିଚୟ ଦେଖାଇଛନ୍ତି ତାହା ନିଶ୍ଚିତ ଭାବେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ