ସମସ୍ତ ପୂର୍ବ ରେକର୍ଡ ଭଙ୍ଗକଲା ପୋଲସରା ବ୍ଲକ, ୩୪୦୨ ଜଣଙ୍କୁ ଭତ୍ତା ବଣ୍ଟନ

ପୋଲସରା  (ଓ୍ବାଇଏନଏସ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପୋଲସରା ବ୍ଲକ ପ୍ରଶାସନ ତରଫରୁ ବିଶାଳ ଭତ୍ତା ବଣ୍ଟନ ଓ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅତିଥି ଭାବେ ଯୋଗଦେଇ ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ସରକାର ଆସିଲା ପରେ ପ୍ରାୟ ଛଅ ହଜାର ନୂଆ ହିତାଧିକାରୀଙ୍କୁ ଭତ୍ତା ମିଳିଥିବା ମନ୍ତ୍ରୀ କହିଥିଲେ। ଭତ୍ତା ପାଇଁ କୌଣସି ରାଜନୈତିକ ପ୍ରତିବନ୍ଧକ ରହିବ ନାହିଁ। ଯୋଗ୍ୟତା ଭତ୍ତିରେ ସମସ୍ତଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବା ନେଇ ସୂଚନା ଦେଇଥିଲେ। ସେହିପରି ପୋଲସରାରୁ ୩୭ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ମଳିକ ସୂଚନା ଦେଇଥିଲେ। ରାଜ୍ୟରେ ଡବଲ ଇଂଜିନ ସରକାର ଆସିବା ପରେ ପୋଲସରାରେ ଡବଲ ଧମାକାରେ ଉନ୍ନତି ଦିଗରେ ଗତିକରୁଥିବା ବେଳେ ପ୍ରତି ପରିବାରକୁ ରାସନ ଓ ଗୃହ ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ। ଖୁବ ଶୀଘ୍ର ପୋଲସରାବାସୀଙ୍କୁ ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ସମସ୍ତଙ୍କୁ ୫୦ କିଲୋ ଚାଉଳ ଓ ୨୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କହିଛନ୍ତି। ସମାଜର ଶେଷ ସ୍ଥରରେ ସରକାରୀ ଯୋଜନା ପହଂଚିବା ଆମ ସରକାରଙ୍କ ଲକ୍ଷ୍ୟ। ଯେଉଁ ପର୍ଯ୍ୟନ୍ତ ବିକାଶ ସେମାନଙ୍କ ନିକଟରେ ପହଂଚି ପାରିନାହିଁ ସେ ପର୍ଯ୍ୟନ୍ତ ସରକାର କାର୍ଯ୍ୟଧାରା ଜାରିରଖିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ବିଶାଳ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନ, ବିଡ଼ିଓ ଶଶିଭୂଷଣ ମହାପାତ୍ର, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଜେନା, ଜିଲ୍ଲା ପରିଷଦ ମେମ୍ବର ଝୁନୁ ଦାସ ଓ ଅଶୋକ କୁମାର ବିଶୋଇ, ସାଂସଦ ପ୍ରତିନିଧି ଶରତ ପାଣିଗ୍ରାହୀ, ସମାଜସେବୀ ପ୍ରଭାକର ପଣ୍ଡା ଓ ଦୀପକ ପ୍ରଧାନଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ମେମ୍ବର ଉପସ୍ଥିତ ଥିଲେ। ପୋଲସରା ବ୍ଲକର ୨୬ ଗୋଟି ପଞ୍ଚାୟତରୁ ଆସିଥିବା ୩୨୪୭ ଜଣ ଓ ପୌରପରିଷଦ ୧୫୫ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ସେହିପରି ଭାବେ ବୁଢେଇଶୁଣୀ, ବଡ ପଙ୍କଳବାଡି, ନିମିନା, ବେଲଗାଁ, ଓ ଖଣ୍ଡୁରୁ  ପାଞ୍ଚ ଗୋଟି ଜିପିଏଲଏଫ ଗୃପର ସିଆଇଏଫ ଫଣ୍ଡକୁ ୨ କୋଟି ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ