ଏକଲାବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟନ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ଆଦିବାସୀ ଅଧ୍ୟୁଷିତ ରାୟଗଡା କଲ୍ୟାଣସିଂହପୁର ବ୍ଲକରେ ଏକଲାବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଭରଚୁଆଲ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ଦେଶରେ ଅନେକ ସ୍ଥାନରେ ଉକ୍ତ ବିଦ୍ୟାଳୟ ଉଦଘାଟନ ହୋଇଥିବା ବେଳେ ଏହି ଜିଲ୍ଲାରେ ପଦ୍ମପୁର, ରାମନାଗୁଡ଼ା ଓ କଲ୍ୟାଣସିଂହପୁର ବ୍ଲକରେ ମଧ୍ୟ ଅନୁଷ୍ଠାନିକ ଭାବେ ବ୍ଲକ ଅଧକ୍ଷା ଅମ୍ରିତା କାଡ୍ରାକା, ଅତିରିକ୍ତ ତହସିଲଦାର ଅନାଦି ଶବର, ବିଜେପି ମାଝୀଗୁଡା ମଣ୍ଡଳ ସଭାପତି ଜାଡ଼ି ଅନିଲ, ବିଜେପି ମଣ୍ଡଳ ସଭାପତି କଲ୍ୟାଣସିଂହପୁର ଅଜିତ ପାଣିଗ୍ରାହୀ, ସମିତି ଏମ. ପଦ୍ମାଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ଉଦଘାଟନ ରେ ଭାଗ ନେଇଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ ପ୍ରସାସନର ଅଧିକାରୀ ଓ ଅନ୍ୟ ଅଧିକାରୀ ଲୋକ ପ୍ରତିନିଧି ଉପସ୍ଥିତ ରହିବା ପାଇଁ ନିର୍ଦେଶ ରହିଥଲେ ମଧ୍ୟ ଜଣେ ଅତିରିକ୍ତ ତହସିଲଦାରଙ୍କୁ ଛାଡିଦେଲେ ଆଉ କାହାରିକୁ ଦେଖିବାକୁ ମିଳି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।


