ନିଖିଳ ଓଡିଶା ୱାଚ୍ ଆଣ୍ଡ ୱାର୍ଡ ହାଉସ କିପିଂ କର୍ମଚାରୀ ସଙ୍ଘର ବିକ୍ଷୋଭ ଧାରଣା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ନିଖିଳ ଓଡିଶା ୱାଚ୍ ଆଣ୍ଡ ୱାର୍ଡ ହାଉସ କିପିଂ କର୍ମଚାରୀ ସଙ୍ଘ ପକ୍ଷରୁ ୫ଦଫା ସମ୍ବଳିତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଧାରଣା ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ଧାରଣାରେ ସମ୍ପାଦକ ସଶ୍ମିତା ନାୟକ, ସୁଶାନ୍ତ କୁମାର ନାୟକ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ସରକାରଙ୍କ ଅପରିଣାମଦର୍ଶିତା ଯୋଗୁଁ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୱାଚମ୍ୟାନ ଓ ହାଉସକିପିଂ କର୍ମଚାରୀମାନେ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ସଙ୍ଘ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୫ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟର ଶିକ୍ଷାକୁ ପ୍ରସାର ଓ ପ୍ରଚାର ସହିତ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ପାଇଁ ସରକାର ମୋ ସ୍କୁଲ ଯୋଜନାକୁ କାର୍ଯ୍ୟକାରୀ କରି ଏହି ଯୋଜନାରେ ସ୍କୁଲର ନିରାପତ୍ତା ନିମନ୍ତେ ୱାଚମ୍ୟାନ ଓ ସଫା କରିବା ପାଇଁ ଝାଡୁଦାରଙ୍କୁ ନିଯୁକ୍ତି ଦିଆଗଲା। ସେମାନଙ୍କୁ ଯାହା ପାରିଶ୍ରମିକ ମିଳିଲା ସେଥିରେ ତାହା ଗଣ୍ଡେ ଖାଇ ଖନ୍‌ଡେ ପିନ୍ଧିବା ନ୍ୟାୟରେ ଏହି କର୍ମଚାରୀମାନେ ରହିଲେ। ମାତ୍ର ସେମାନଙ୍କ ନିଯୁକ୍ତି ବେଳେ ଚଞ୍ଚକତା କରାଯାଇ ସେମାନଙ୍କ ଇଛା ବିରୋଧରେ ଏକ ଏଗ୍ରିମେଣ୍ଟ ସେମାନଙ୍କ ସହିତ କରାଇନିଆଗଲା। ସେମାନେ ଜୀବନର ୩/୪ବର୍ଷ ବିତାଇ ସାରିଲେଣି। କିନ୍ତୁ ସରକାର ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରୁନାହାନ୍ତି କି ପାରିଶ୍ରମିକ ବୃଦ୍ଧି କରୁନାହାନ୍ତି ବୋଲି ସଙ୍ଘ ଅଭିଯୋଗ କରିଛି। ଏଥିସହିତ ସେମାନଙ୍କ ବକେୟା ପାରିଶ୍ରମିକ ତୁରନ୍ତ ପ୍ରଦାନ କରିବା, ୬୦ବର୍ଷ ବୟସ ପର୍ଯ୍ୟନ୍ତ କାମ କରିବାକୁ ନିଯୁକ୍ତି ଦିଆଯିବା, ମାସିକ ପାରିଶ୍ରମିକ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ପଠାଯିବା, ସର୍ବନିମ୍ନ ମାସିକ ୨୬ହଜାର ପାରିଶ୍ରମିକ ପ୍ରଦାନ ଓ ଦେହ ଖରାପ ହେଲେ ଛୁଟି ପ୍ରଦାନ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ