ସ୍ବେଛାସେବୀ ସଂଗଠନ ‘କ୍ୟାନସର ହେଲପିଙ୍ଗ ଉଇଙ୍ଗସ, ଓଡିଶା ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ
ଭଦ୍ରକ,(ଚାନ୍ଦିନୀ ମହାନ୍ତି): ଭଦ୍ରକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ‘କ୍ୟାନ୍ସର ହେଲପିଙ୍ଗ ଉଇଙ୍ଗସ’, ଓଡିଶା ପକ୍ଷରୁ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ପରିସରରେ କମ୍ବଳ ବଣ୍ଟନ ଓ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଶଙ୍କର୍ଷଣ ଜେନାଙ୍କ ତତ୍ତାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୩ ଶହରୁ ଉର୍ଦ୍ଧ୍ୱ ଗରିବ କ୍ୟାନ୍ସର ରୋଗୀ ମାନଙ୍କୁ ଶୀତ ପ୍ରକୋପରୁ ରକ୍ଷା ପାଇବା ନେଇ କମ୍ବଳ ବଣ୍ଟନ କରାଯିବା ସହ ସଚେତନ କରାଯାଇଥିଲା | ପ୍ରାରମ୍ଭରେ ବରିଷ୍ଠ ସଦସ୍ୟ ସୂର୍ଯ୍ୟ ନାରାୟଣ ମିଶ୍ର ଏବଂ ସଭାପତି ଶଙ୍କର୍ଷଣ ଜେନା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଏଥିରେ ସଂଗଠନର ସମ୍ପାଦିକା ରଶ୍ମିରେଖା ପାତ୍ର, ଉପ ସଭାପତି ପ୍ରଦୀପ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅରବିନ୍ଦ ସାହୁ, ସହ ସମ୍ପାଦକ ସତ୍ୟଜିତ ସାହୁ, ବରିଷ୍ଠ ସଦସ୍ୟ ବଂଶୀଧର ସାହୁ, ମହେଶ୍ୱର ଜେନା, ଅମର କୁମାର ପାତ୍ର, ଚିତ୍ରସେନ ମାହାନ୍ତ, ପ୍ରଦୀପ କୁମାର ସାହୁ, ବନମାଳୀ ସାହୁ, ଡ଼. ମଦନ ମହନ ମହାପାତ୍ର, ଶ୍ରୀରାମ ସାହୁ, ଅବସର ପ୍ରାପ୍ତ ସେନା କର୍ମଚାରୀ ସନ୍ତୋଷ କୁମାର ସ୍ୱାଇଁ, ରାଜେନ୍ଦ୍ର ସାହୁ, ସୁଶ୍ରୀ ଅନ୍ୱେଷା, ସୁଶ୍ରୀ ପ୍ରତିକ୍ଷ|, ମଞ୍ଜରୀବାଳା ଜେନା, ସୁମିତ୍ରା ପଣ୍ଡା, ପ୍ରାର୍ଥନା ଦାସ, ଅନୁଭବ ପାତ୍ର, ବିଶ୍ୱଜିତ ରାଉତ, ଅନନ୍ତ ଚରଣ ସାହୁ, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ବିଷ୍ଣୁ ପ୍ରସାଦ ସାହୁ, ପ୍ରଭାସିନୀ ସାହୁ, ରାଜା ବାବୁ, କୋଦଣ୍ଡ ସାର, ତପନ ସାର, ନୃସିଂହ ଜେନା, ଦୀପକ କୁମାର ସାହୁ ଓ ମୟୁରଭଞ୍ଜରୁ ଆଗତ ବାବୁରାମ ସାର ପ୍ରମୁଖ ଉପସ୍ଥିତ ଥିଲେ | ଏପରି ମହାନ କାର୍ଯ୍ୟରେ ପୋଲିସ ଅଧିକାରୀ ମାନେ ସାମିଲ ହୋଇଥିଲେ। ପ୍ରକାଶ ଥାଉକି, ଏହି ସଂଗଠନ ସବୁବେଳେ କ୍ୟାନ୍ସର ଯୋଦ୍ଧାଙ୍କ ସହ ରହି ସେମାନଙ୍କୁ ଆର୍ଥିକ, ମାନସିକ ଏବଂ ଶାରୀରିକ ଭାବେ ସହାୟତା କରି ଆସୁଥିବା ଜଣାଯାଇଛି।


