ସ୍ମାରକୀ ପରିଷଦର ମହତାବ ଜୟନ୍ତି ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଐତିହାସିକ ଜନ୍ମପୀଠ ଆଗରପଡ଼ା ସ୍ଥିତ କୁଆଁଶମଢିଆ ଠାରେ ଭଦ୍ରକ ମହତାବ ସ୍ମାରକୀ ପରିିଷଦ ପକ୍ଷରୁ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ୧୨୭ତମ ଜୟନ୍ତି ଆଜି ପାଳିତ ହୋଇଯାଇଛି। ଆଗରପଡ଼ା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ଆନୁକୁଲ୍ୟରେ ଆୟୋଜିତ ସଭାକୁ ଗବେଷକ ଡ଼ ଭାଗବତ ତ୍ରିପାଠୀ ପୌରହିତ୍ୟ କରିଥିଲେ। ଏଥିରେ ମହତାବ ସ୍ମୃତି କମିଟିର ଉପଦେଷ୍ଟା ତଥା ତ୍ୟାଗଭୂମି ମହୋତ୍ସବର ଅଧ୍ୟକ୍ଷ ସମାଜସେବୀ ଅଜୟ ନାୟକ ତାଙ୍କ ବକ୍ତବ୍ୟରେ ଡ଼ ହରେକୃଷ୍ଣ ମହତାବଙ୍କ ଇତିହାସ ବହୁତ ଲମ୍ବା ଅଟେ,କନିକା ରାଜାଙ୍କର ପ୍ରଜା ବିରୋଧୀ କାର୍ଯ୍ୟରେ ଅତିଷ୍ଠ ହୋଇ ରାଜାଙ୍କୁ ବିରୋଧ କରି ଜେଲ ଯିବା ପରେ ତାଙ୍କ ରାଜନୈତିକ ଗତି ପଥ ବଦଳି ଯାଇଥିଲା ବୋଲି ମତ ରଖି ସେ ଏକାଧାରରେ ଭାଷା ଭିତିରେ ଓଡ଼ିଶା ରାଜ୍ୟ ପ୍ରତିଷ୍ଠାର କର୍ଣ୍ଣଧାର ଥିଲେ ବୋଲି ବକ୍ତବ୍ୟରେ କହିଥିଲେ। ପ୍ରଫେସର କ୍ଷୀରୋଦ ସାମଲ ଉତ୍କଳ କେଶରୀ ଡ଼ ମହତାବଙ୍କୁ ଭାରତ ରତ୍ନ ପ୍ରଦାନ,ତାଙ୍କ ନାମରେ ଓଡ଼ିଶାରୁ ଦିଲ୍ଲୀ ଉତ୍କଳ କେଶରୀ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଭଦ୍ରକର ବନ୍ତ ଛକରେ ପ୍ରତିମୂର୍ତି ସ୍ଥାପନ ସାଙ୍ଗକୁ ଜନ୍ମ ମାଟି ଭଦ୍ରକ ଆଗରପଡ଼ା ପୂର୍ତ ବିଭାଗ ରାସ୍ତାକୁ ମହତାବଙ୍କ ନାମରେ ନାମିତ କରିବାକୁ ସରକାରୀ ସ୍ତରରେ ଉଦ୍ୟମ କରାଯିବ ବୋଲି ମତ ପ୍ରକାଶ ପାଇଥିଲା। ଆଇନଜିବୀ ଅଗଣୀ ଚରଣ ଜେନା, ସମାଜସେବୀ କୈଳାସ ଚନ୍ଦ୍ର ପଣ୍ଡା,ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ,ବରିଷ୍ଠ ନାଗରିକ ସୁରକ୍ଷା ମଂଚ ଆଗରପଡ଼ାର ସଭାପତି କୈଳାଶ ଚନ୍ଦ୍ର ଧଳ,ସମ୍ପାଦକ ରଞ୍ଜନ କୁମାର ଦାସ, ଉପଦେଷ୍ଟା ଶିକ୍ଷାବିତ ଉପେନ୍ଦ୍ର ଶତପଥି,ସୁବାଷ ଦାଶ,ସହ-ସମ୍ପାଦକ ଗୋଲକ ବିହାରୀ ପୃଷ୍ଟି,ଜଗନ୍ନାଥ ଶତପଥି, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସିଂହ ପ୍ରମୁଖ ଡ଼ ମହତାବ ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ଓ ବହୁମୁଖି ପ୍ରତିଭାର ଅଧିକାରୀ ଥିଲେ ବୋଲି କହି ଅନ୍ୟମାନଙ୍କ ମଧ୍ୟରେ ଚକ୍ରଧର ପାଣିଗ୍ରାହି,ଚିତରଞ୍ଜନ ସାମନ୍ତରାୟ,ସୁରେନ୍ଦ୍ର ନାଥ ବିନ୍ଧାଣୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସୁରକ୍ଷା ମଂଚ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହତାବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ନିରବ ପାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ଯୋଗଦେଇଥିଲେ।


