ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା
ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଅଣିଜୋ ସିନ୍ଧୁକେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା କୃତିମ ବୁଦ୍ଧିମତା, ବିକଳ୍ପ ଶକ୍ତିର ଉତ୍ସ, ସ୍ମାର୍ଟ ସିଟି, ସ୍ୱାସ୍ଥ୍ୟ ଓ ପରିମଳ ଭଳି ୩୦ରୁ ଉର୍ଦ୍ଧ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ପ୍ରଧାନ ଶିକ୍ଷକ ସେକ ଅହେସାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ତଥା ବିଚାରକ ଭାବେ କାଉପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱ ରଂଜନ ଦାଶ ଯୋଗ ଦେଇ ମେଳାକୁ ଉଦଘାଟନ କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଭାଗିରଥ ସାହୁ, ପଞ୍ଚସଖା ଶିକ୍ଷା ସେତୁ କମିଟିର ଆବାହକ ପ୍ରଭାକର ମହାଳିକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଜ୍ଞାନ ଶିକ୍ଷକ ନିତ୍ୟାନନ୍ଦ ରାଉତ ଓ ଜ୍ୟୋତିଶ୍ରୀ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ପ୍ରକଳ୍ପ ଗୁଡିକ ପ୍ରସ୍ତୁତ କରିଥିଲେ। ସେଥିମଧ୍ୟରେ ଶୁଭମ କୁମାର ପାଣିଗ୍ରାହୀ ପ୍ରଥମ, ଜିଜ୍ଞାସୁ ପଣ୍ଡା ଦ୍ୱିତୀୟ ଓ ଜ୍ଞାନ ବିଷ୍ଣୁ ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ଛାତ୍ର ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ୩ ଟି ପ୍ରକଳ୍ପ ଆଗାମୀ ୨୭ ତାରିଖ ଅନୁଷ୍ଠିତ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ସ୍ଥାନ ପାଇବ। ମେଳା ପରିଚାଳନାରେ ଶିକ୍ଷକ ମୁକ୍ତିକାନ୍ତ ନାୟକ, ଇତିଶ୍ରୀ ଜେନା, କୈଳାଶ ଚନ୍ଦ୍ର ପାଣିଗ୍ରାହୀ, ଉପମନ୍ୟୁ ଖୁଣ୍ଟିଆ, ହୃଷିକେଶ ନାଗ, ବିଷ୍ଣୁପଦ ଜେନା, କଲ୍ୟାଣୀ ନାୟକ, ଶିକ୍ଷା କର୍ମଚାରୀ ଜାମଳା ଜେନା, ଶୁଭେନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।


