ଲୁଣା ଚିତ୍ରୋତ୍ପଳା ଦିପାଞ୍ଚଳ ଉନ୍ନୟନ ପରିଷଦର ବୋଇତ ବନ୍ଦାଣ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ପବିତ୍ର କାର୍ତ୍ତିକ ପୂର୍ଣ୍ଣର୍ିମାରେ ଉତ୍କଳୀୟ ପରମ୍ପରାର ପରିଚାୟକ ବୋଇତ ବନ୍ଦାଣ ଉତ୍ସବ ଲୁଣା ଚିତ୍ରୋତ୍ପଳା ଦିପାଞ୍ଚଳ ଉନ୍ନୟନ ପରିଷଦ ଓ ଉତ୍କଳ ଗୈାରବ ମଧୁସୁଦନ ଦାସ ବିଚାରମଞ୍ଚ ଆନୁକୂଲ୍ୟରେ କରିଲୋପାଟଣା କ୍ଷେତ୍ରପାଳ ନଦୀଗଡା ଠାରେ ଅନୁଷ୍ଠିତ ହୋଇଯାଇଛି। କେଦାରନାଥ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସମାଜସେବୀ ଆପଦ କୁମାର ସାମଲ ଯୋଗଦେଇ ପ୍ରାଚୀନ କଳିଙ୍ଗର ନୈାବାଣିଜ୍ୟ, କଳା, ସଂସ୍କୃତି ଓ ପରମ୍ପରା ଉପରେ ଦିଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଂଗଠନର ଛାମୁଆ ନେତା ସନାତନ ବେହେରା, ମାନଗୋବିନ୍ଦ ମିଶ୍ର, ପ୍ରତାପ ସାମନ୍ତରାୟ, ନାରାୟଣ ମିଶ୍ର, ହିଟଲର ସାମନ୍ତରାୟ, ଶ୍ୟାମସୁନ୍ଦର ମିଶ୍ର, ପଞ୍ଚାନନ ନାୟକ ପ୍ରମୁଖ ସାଧବ ଭାବେ ଏକ ସୁସଜ୍ଜିତ ବୋଇତରେ ଲୁଣାନଦୀରେ ଯାଉଥିବା ବେଳେ ସାଧବାଣୀ ଭାବେ ଶାନ୍ତିଲତା ଦାସ, ସବିତା ଦାସ, ପ୍ରତିଷ୍ଠା ଦାସ, ରେଣୁକା ମହାପାତ୍ର, ଅନୁସୟା ପରିଜା, ଗୀତାଞ୍ଜଳି ମହାପାତ୍ର, ରଶ୍ମୀତା ମହାପାତ୍ର, ହରପ୍ରିୟା ଦାସ ପ୍ରମୁଖ ସେମାନଙ୍କୁ ବନ୍ଦାପନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ