ପିଏମ୍ଶ୍ରୀ ହରିହର ହାଇସ୍କୁଲ ପକ୍ଷରୁ ବିଜ୍ଞାନ ପ୍ରଦର୍ଶନୀ
ଆସିକା (ୱାଇଏନ୍ଏସ୍): ଆସିକା ପୌର ପରିଷଦ ଅନ୍ତର୍ଗତ ଖମ୍ବେଶ୍ୱରୀପାଟଣାରେ ଥିବା ଶତାୟୁ ପୁରାତନ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଏକ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପିଏମ୍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ବିଜ୍ଞାନ ମେଳାରେ ଭାଗ ନେଇଥିବା ଶିକ୍ଷାନୁଷ୍ଠାନର ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ବିଦ୍ୟାର୍ଥୀମାନଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରି ବିଦ୍ୟାର୍ଥୀଙ୍କ ଦକ୍ଷତା ଓ ଜିଜ୍ଞାସାକୁ ବୃଦ୍ଧି କରିବା ଦିଗରେ ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଯେପରି ଅଧିକ ଲୋକାଭିମୁଖୀ ହୋଇପାରିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ କରିବା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତଃର୍ନିହିତ ବୈଜ୍ଞାନିକ ପ୍ରତିଭାକୁ ବିକଶିତ କରିବା ସହ ବିଜ୍ଞାନ ପ୍ରତି ଅଧିକରୁ ଅଧିକ ରୁଚି ରଖିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳାରେ ବିଚାରକ ରୂପେ ଏନ୍ଏସି ହାଇସ୍କୁଲର ଶିକ୍ଷୟିତ୍ରୀ ଅର୍ଚ୍ଚନା ପାଢୀ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ପି.ପଦ୍ମାବତୀ ଦୋରା ଯୋଗଦେଇ ଶିଶୁ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ବିଜ୍ଞାନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସାଙ୍ଗକୁ ଉଚ୍ଚକୋଟୀର ହୋଇଥିବା ପ୍ରକଳ୍ପ ଗୁଡିକୁ ମୂଲ୍ୟାଙ୍କନ କରିଥିଲେ । ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ସହକାରୀ ଶିକ୍ଷକ ରଂଜିତ୍ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ନାୟକ, ରଶ୍ମିତା କୁମାରୀ ମିଶ୍ର, ନର୍ମଦା କୁମାରୀ ସ୍ୱାଇଁ, ଚନ୍ଦ୍ରିକା ସୁନା, ଅଜିତ୍ କୁମାର ରଣା, ମନୋରଂଜନ ପଣ୍ଡା, ସବିତା ତ୍ରିପାଠୀ, ବଟକୃଷ୍ଣ ଗୌଡ, ପ୍ରଜ୍ଞା ପରମିତା ପ୍ରଧାନ, ଲକ୍ଷ୍ମୀବାଇ ପାତ୍ର, ରୋଜାନିଲ୍ ପଟ୍ଟନାୟକ, ଦେବେନ୍ ନାୟକ, ଅନିଲ୍ ବେହେରା, ଆଦିତ୍ୟ ଓଡଣ୍ଡ୍ରା, ଫକୀର ମୋହନ ସ୍ୱାଇଁ, କର୍ମଚାରୀ ଦେବାଶିଷ୍ ପାତ୍ର, ଅଶୋକ କୁମାର ଗୌଡ, ଶୈଳେନ୍ଦ୍ରୀ ସେଠୀ, ଗଣେଶ ପଟ୍ଟନାୟକଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳାରେ ଶିକ୍ଷାନୁଷ୍ଠାନରେ ଷଷ୍ଠରୁ ଦଶମ ଶ୍ରେଣୀର ଅଧ୍ୟୟରତନ ଥିବା ଛାତ୍ରଛାତ୍ରୀମାନେ ଗଣିତ, ପରିବେଶ ଓ ବିଜ୍ଞାନ ବିଷୟବସ୍ତୁ, ପ୍ରାକୃତିକ କୃଷି ପଦ୍ଧତି, ଆଲୋକୀକରଣ, ବର୍ଷାଜଳ ସଂରକ୍ଷଣ, କୃତ୍ରିମ ବୁଦ୍ଧିମତା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ବିପର୍ଯ୍ୟୟ ପରିଚାଳନା, ଧରଣୀର ବିକାଶ, ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ ବିକଶିତ ଭାରତ ପାଇଁ ବିଜ୍ଞାନ, ସବୁଜ ଶକ୍ତି ଉପରେ ଆଧାରିତ ୩୮ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିବା ଦେଖିବାକୁ ମିଳିଥିଲା । ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟବିଜ୍ଞାନ ମେଳାରେ କନିଷ୍ଠ ବର୍ଗରେ ତେଜେଶ୍ ନାୟକ ପ୍ରଥକ, ଟି.ସ୍ନିଗ୍ଧାରାଣୀ ଦୋରା ଦ୍ୱିତୀୟ, ବଦ୍ରିନାରାୟଣ ସାହୁ ତୃତୀୟ, ମଙ୍ଗୁଳୁ ସାହୁ ଚତୁର୍ଥ, ପୁନମ୍ ମହାନ୍ତି ପଞ୍ଚମ ଏବଂ ବରିଷ୍ଠ ବର୍ଗରେ ବିବେକାନନ୍ଦ ଗୌଡ ପ୍ରଥମ , କେ.ବିକାଶ ପାତ୍ର ଦ୍ୱିତୀୟ, ସାଇରାମ ରାଉତ ତୃତୀୟ, ଶୁଭଶ୍ରୀ ସେଠୀ ଚତୁର୍ଥ, ପୂଜା ମହାନ୍ତି ପଞ୍ଚମ ହୋଇଥିଲା ବେଳେ କୃତିତ୍ୱ ହାସଲ କରିଥିବା ଶିଶୁ ବୈଜ୍ଞାନିକଙ୍କୁ ସମ୍ମାନିତ କରାଯାଇଥିଲା। ଏହି ବିଜ୍ଞାନ ମେଳାରେ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ଗୁଡିକୁ ଦେଖିବା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିବା ଦେଖିବାକୁ ମିଳିଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


