ବନ୍ୟାପ୍ରପୀଡିତ ବିଦ୍ୟାର୍ଥୀଙ୍କୁ ଓଡିଆ ସମାଜ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ
ଆସିକା (ୱାଇଏନ୍ଏସ୍) : ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ଯେଉଁଠି ଛଡାଇ ନେଇଛି ହସ ଓ ଆନନ୍ଦ ସେଠାରେ ପୁଣି ଖୁସି ଫେରାଇ ଆଣିବାକୁ ଆଗେଇ ଆସିଛି ଚଉଦ ଅଞ୍ଚଳ ଓଡିଆ ସମାଜ ଘୁମୁସର ମଣ୍ଡଳ । ଆସିକା ନିକଟସ୍ଥ ଗଙ୍ଗାପୁର ଗ୍ରାମ ପଞ୍ଚାୟତର ଭାଲିଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଆସିକା ସହରର ବସଷ୍ଟାଣ୍ଡ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ବନ୍ୟାପ୍ରପୀଡିତ ବିଦ୍ୟାର୍ଥୀମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚଉଦ ଅଞ୍ଚଳ ଓଡିଆ ସମାଜ ଘୁମୁସର ମଣ୍ଡଳ ଯେଉଁ ମାନବିକତା ଏବଂ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଗ୍ରହଣ କରିଛି ତାହାକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି । ପ୍ରଳୟଙ୍କରୀ ବନ୍ୟାର ପରବର୍ତ୍ତୀ ସମୟରେ କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ଚଉଦ ଅଞ୍ଚଳ ଓଡିଆ ସମାଜ ଘୁମୁସର ମଣ୍ଡଳର କାର୍ଯ୍ୟକର୍ତ୍ତାମାନେ ଜନସେବା ମନୋଭାବର ପରିଚୟ ଦେଖାଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । ଚଉଦ ଅଞ୍ଚଳ ଓଡିଆ ସମାଜ ଘୁମୁସର ମଣ୍ଡଳର ସଭାପତି ବିଜୟ କୁମାର ଦଳାଇଙ୍କ ସଂଯୋଜନାରେ ବନ୍ୟା ପ୍ରପୀଡିତ ଦୁଇ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ସକାଶେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା ଯୋଗଦେଇ ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ କମ୍ବଳ ବଣ୍ଟନ କରିଥିବା ସାଙ୍ଗକୁ ଛାତ୍ରଛାତ୍ରୀମାନେ ନିଜ ନିଜର ଉଜ୍ଜଳ ଭବିଷ୍ୟତ ଗଠନ କରିବା ପାଇଁ ଭଲ ପାଠପଢି ସୁନାଗରିକ ହୋଇ ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ କରିଥିବା ଦେଖିବାକୁ ମିଳିଥିଲା । ଚଉଦ ଅଞ୍ଚଳ ଓଡିଆ ସମାଜ ଘୁମୁସର ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗନର ସଂପାଦକ ସ୍ୱଦେଶ୍ କୁମାର ଦଳେଇ ଓ ଟୁନାରାଜୁ ଦଳେଇ, ଉପଦେଷ୍ଟା ସୁଦର୍ଶନ ଦଳେଇ ଓ ଲଡୁକିଶୋର ବାରିକ, କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ବାରିକ, ସହକୋଷାଧ୍ୟକ୍ଷ ଦେବହରି ସାହୁ, ଆସିକା ଅଞ୍ଚଳ ସଭାପତି ରମେଶ ଚନ୍ଦ୍ର ପୋଲାଇ, ସଭ୍ୟ ଧବଳେଶ୍ୱର ପ୍ରଧାନ, ପଞ୍ଚାନନ ଜେନା, ଗଙ୍ଗାଧର ବିଷୋୟୀ, ମଙ୍ଗୁଳୁ ସାହୁ, ବିଦ୍ୟାଧର ପ୍ରଧାନ, ଟୁଲୁ ବିଷୋୟୀ, ବସନ୍ତ ପ୍ରଧାନ, କାଳୁଚରଣ ପୋଲାଇ, କୁନା ଜେନା, ସୋମନାଥ ପୋଲାଇ, ସୁରେଶ ସାହୁ, ବିପ୍ର ପ୍ରଧାନ, ଦୟାନିଧି ଗୌଡଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମ ପଞ୍ଚାୟତର ଭାଲିଆପଲ୍ଲୀ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବସଷ୍ଟାଣ୍ଡ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ବନ୍ୟାପ୍ରଭାବିତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ଚଉଦ ଅଞ୍ଚଳ ଓଡିଆ ସମାଜ ଘୁମୁସର ମଣ୍ଡଳର କାର୍ଯ୍ୟକର୍ତ୍ତାମାନେ କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କରି ଯେଉଁ ମାନବିକତାର ପରିଚୟ ଦେଖାଇଛନ୍ତି ତାହା ନିଶ୍ଚିତ ଭାବେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି


