ମା ବୁଡ଼ାକେନ୍ଦୁ ପୀଠରେ ସ୍ବେଚ୍ଛାସେବୀଙ୍କ ସଫେଇ କାର୍ଯ୍ୟକ୍ରମ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ମାଆ ବୁଢ଼ାକେନ୍ଦୁ ପୀଠରେ ବାର୍ଷିକ ଯାତ୍ରା ପରେ ଏହାର ଚତୁର୍ପାଶ୍ୱ ଆବର୍ଜ୍ଜନାମୟ ହୋଇ ପଡ଼ି ରହିଥିଲା। ତେଣୁ ପୀଠର ସ୍ବଚ୍ଛତା ନିମନ୍ତେ ସ୍ଥାନୀୟ ଅଞ୍ଚଳର ସ୍ଵେଚ୍ଛାସେବୀ ଏବଂ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନେ ଆଗେଇ ଆସିଛନ୍ତି। ଆଜି ସକାଳ ଆଠ ଘଣ୍ଟା ସମୟରେ ରେଷ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସିଅଙ୍କ ନେତୃତ୍ବରେ ସ୍ଥାନୀୟ ଗୋବରା,ଷଡ଼ଙ୍ଗୀପଲ୍ଲୀ,ବଡ଼ଦୋଡଙ୍ଗା,ପାଲକଷଣ୍ଢା,ଗାଙ୍ଗପୁର,ସିଂହମର୍ଦ୍ଦନ ଅଞ୍ଚଳର ସ୍ଵେଚ୍ଛାସେବୀଙ୍କ ସମେତ ଜୟ ଜଗନ୍ନାଥ କୋଚିଂ ସେଣ୍ଟର୍ ର ଛାତ୍ରଛାତ୍ରୀ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ସ୍କାଉଟ ମାଷ୍ଟର ସୁଶାନ୍ତ କୁମାର ପୃଷ୍ଟି ଓ ଗାଇଡ କ୍ୟାପଟେନ୍ ଲିପିକା ମଞ୍ଜରୀ ବେହେରା ଙ୍କ ନେତୃତ୍ୱ ରେ ସୁବାଷ ଚନ୍ଦ୍ର ବୋଷ ସ୍କାଉଟ ଟ୍ରୁପ ଓ କଳ୍ପନା ଚାୱଲା ଗାଇଡ କମ୍ପାନୀର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି ଅଞ୍ଚଳ ରେ ପ୍ରସିଦ୍ଧ ମା ଙ୍କ ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ଯାତ୍ରା ପରବର୍ତ୍ତୀ ସମୟରେ ମନ୍ଦିର ପରିସରରେ ହୋଇଥିବା ଏହି ସଫେଇ କାର୍ଯ୍ୟ କ୍ରମକୁ ସ୍ଥାନୀୟ ପୂଜା କମିଟି ଏବଂ ଜନସାଧାରଣଙ୍କ ତରଫରୁ ଶୁଭେଚ୍ଛା ଏବଂ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ ଙ୍କ ତତ୍ତ୍ଵବଧାନରେ ଏହି କାର୍ଯ୍ୟକ୍ରମ ରେ ପ୍ରଶାନ୍ତ କୁମାର ବାଡ଼ତ୍ୟା, ସୁନୀଲ କୁମାର ନାୟକ,ସୁନୀତା ଗୌଡ଼, ରାମ ଚନ୍ଦ୍ର ନାୟକ ଓ ଲକ୍ଷ୍ମଣ ନାୟକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ମନ୍ଦିର ପରିଚାଳନା କମିଟିର ସଭାପତି ଦେବୀ ପ୍ରସାଦ ତ୍ରିପାଠୀ, ସମ୍ପାଦକ ରମେଶ ଚନ୍ଦ୍ର ରାଉତ, ଉପସଭାପତି ସୁରେନ୍ଦ୍ର ଡାକୁଆ, ସନ୍ତୋଷ ସାହୁ, ଦୈତାରୀ ମହାରଣା, ଗୋପାଳ ରାଉତ, ସ୍ବସ୍ତି ସୁନ୍ଦର ସିଅ, କାହ୍ନୁ ବିଷୋୟୀ,ରମେଶ ଗୌଡ଼, ସନ୍ୟାସୀ ସ୍ୱାଇଁ,ଜଗଦୀଶ ପ୍ରସାଦ ଦାଶ ଏବଂ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମନ୍ଦିର ତରଫରୁ ସମସ୍ତ ଛାତ୍ର ଛାତ୍ରୀ ଏବଂ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ