ମେଡିକାଲ କର୍ମଚାରୀଙ୍କୁ ମାଡ଼ ମାରି ଯୁବକ ଗିରଫ
ପୁରୀ(ଯୁଗାଦ୍ଧ ନ୍ୟୁଜ): ଶନିବାର ଆଇଡିଚ୍ ମେଡିକାଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ କୁମ୍ଭାରପଡା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ବାଙ୍କମୁହାଣର ସନିଆ ନାୟକ । ସୂଚନାନୁଯାୟୀ, ସନିଆ ଆଜି ମେଡିକାଲ ପରିସରକୁ ଆସି ଡ୍ୟୁଟିରେ ଥିବା କର୍ମଚାରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ମାଡ ମାରିଥିଲା । ଏନେଇ କୃଷ୍ଣଚନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସନିଆକୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି ।


