ନବବର୍ଷ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଲେ କର୍ମଚାରୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଆଜି ନୁଆବର୍ଷକୁ ଲୋକମାନେ ବିଭିନ୍ନ ଢ଼ଙ୍ଗରେ ପାଳନ କରିଥିବାବେଳେ ହାଟଡିହି ବ୍ଲକରେ କର୍ମଚାରୀ ମାନେ ଅଧିକାରୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ଅଧିକାରୀ ମାନଙ୍କ ମଙ୍ଗଳ କାମନା କରିଛନ୍ତି । ବ୍ଲକର କର୍ମଚାରୀ ଜିଆରଏସ ପଙ୍କଜ କୁମାର ତ୍ରିପାଠୀ, ପ୍ରଫୁଲ କୁମାର ମାଝୀ, ରାଜୀବ କୁମାର ଦାସ, ବଳରାମ ମଲ୍ଲିକ, ଗଣେଷ ସାହୁ, ବିନୟ ମଲ୍ଲିକ ପ୍ରମୁଖ କର୍ମଚାରୀମାନେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଓ ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ ।


