ନୂଆବର୍ଷ ଉପଲକ୍ଷେ ହଦଗଡ ଗଡଚଣ୍ଡୀରେ ପର୍ଯ୍ୟଟକଙ୍କ ଭିଡ
, ହାଟଡ଼ିହି,ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକର ଦୁଇଟି ପର୍ଯ୍ୟଟନ କ୍ଷେତ୍ର ଯଥା ହଦଗଡ ଓ ଗଡଚଣ୍ଡୀ ପୀଠରେ ନୁଆବର୍ଷ ଅବସରରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ଆଜି ବୁଧବାର ଥିବାରୁ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିହପୁର ଜିଲ୍ଲା ସହିତ ଓଡିଶାର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ ବଣଭୋଜି କରିବାକୁ ପ୍ରବଳ ଭିଡ ଜମାଇଥିଲେ । ନାଚ ଗୀତରେ ପର୍ଯ୍ୟଟନ ସ୍ଥଳୀ ଦୁଇଟି କମ୍ପି ଉଠିଥିଲା । ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁମାନେ ମା ଗଡଚଣ୍ଡୀଙ୍କ ନିକଟରେ ପୂଜାର୍ଚ୍ଚନା କରି ମାଙ୍କ ଆଶିଷ କାମନା କରୁଥିବା ଦେଖିବାକୁ ମିଳିଥିଲା । ଗଡଚଣ୍ଡୀ ପୀଠରେ ଗଡଚଣ୍ଡୀ ଯୁବ ପରିସଦ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଉ ଥିବାବେଳେ ହଦଗଡ ଠାରେ ସ୍ଥାନୀୟ ଯୁବକ ମାନଙ୍କ ସହିତ ଶାନ୍ତି ଶୃଙ୍ଖଳା ପାଇଁ ସୋସୋ ପୋଲିସ ପକ୍ଷରୁ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା ।


