ବିଜେଡିର ମିଶ୍ରଣ ପର୍ବ

ଗୋପ (ଯୁଗାଦ୍ଧ ନ୍ୟୁଜ): ନିମାପଡା ନିର୍ବାଚନ ମଣ୍ଡଳୀରେ ମତଦାନ ଆଉ ୨୨ ଦିନ ବାକିଥିବା ଥିବା ବେଳେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଏବେ ଜୋରଦାର ପ୍ରଚାର ଚାଲିଛି । ସାଂଗଠନିକ ଓ ପ୍ରଚାର ଦୃଷ୍ଟିକୋଣରୁ ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ତଥା ବିଧାୟକ ସମିର ରଞ୍ଜନ ଦାସ ଏବେ ଘନ ଘନ ଗସ୍ତ କରୁଛନ୍ତି ପ୍ରତ୍ୟେକ ଅଞ୍ଚଳକୁ । ଜନସାଧାରଣଙ୍କ ନିକଟତର ହେବା ସହିତ ଅନ୍ୟ ଦଳର କର୍ମୀମାନେ ଏବେ ବିଜେଡି ମୁହାଁ ହୋଇଛନ୍ତି । ଗୋପ ବ୍ଲକ ରାହାଙ୍ଗରଡା ପଂଚାୟତ ବିଜେପି ଓ ନବନିର୍ମାଣ ଦଳର ଅଳେଇ ଓ ଖଣ୍ଡାସାହି ଗ୍ରାମର ସୁଶେଇ ମହାପାତ୍ରଙ୍କ ନେତୃତ୍ୱରେ ପ୍ରମୋଦ ମହାପାତ୍ର, ସୁରେନ୍ଦ ୍ରନାଥ ମହାନ୍ତି,ଦେବେନ୍ଦ୍ର ମହାନ୍ତି, ବାବୁଲି ମହାନ୍ତି, ଜ୍ୟୋତି ରଂଜନ ମହାନ୍ତି, ନିମେଇ ଚନ୍ଦ୍ର ବରାଳଙ୍କ ସମେତ ୫୦ରୁ ଊଦ୍ଧ୍ୱର୍ ପରିବାର ବିଧାୟକଙ୍କ ଜନହିତକର କାର୍ଯ୍ୟରେ ଖୁସିହୋଇ ନିଜ ଦଳ ପରିତ୍ୟାଗ କରି ବିଜେଡିରେ ଆନୁଷ୍ଠାନିକ ଭାବେ ମିଶିଛନ୍ତି । ଏହି ମିଶ୍ରଣ ପର୍ବ ଗୋପ ବ୍ଲକ ବିଜୁ ଜନତା ଦଳ କାର୍ଯ୍ୟାଳୟ ମାଟିଆଖାତଠାରେ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ