ବରିଷ୍ଠ ଏନସିପି ନେତାଙ୍କ ପରଲୋକ

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ଥିଲେ। ଉତ୍ତର ପ୍ରଦେଶର ସୁଲତାନପୁରରେ ଜନ୍ମିତ ଡିପି ତ୍ରିପାଠୀ ଜବାହାରଲାଲ ନେହେରୁ ୟୁନିଭରସିଟି ଛାତ୍ର ସଂଘର ଅଧ୍ୟକ୍ଷ ମଧ୍ୟ ଥିଲେ। କଂଗ୍ରେସରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଡିପି ତ୍ରିପାଠୀ ପରେ ଏନ୍‌ସିପିରେ ଯୋଗ ଦେଇଥିଲେ। ଏନ୍‌ସିପିର ମହାସଚିବ ରହିଥିବା ଡିପି ତ୍ରିପାଠୀ ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଅତି ବିଶ୍ବସନୀୟ ରହିଥିଲେ। ଡିପି ତ୍ରିପାଠୀଙ୍କ ମୃତ୍ୟରେ ସୁପ୍ରିୟା ସୁଲେ ଶୋକବ୍ୟକ୍ତ କରି ଟୁଇଟ୍‌ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ